fbpx

ହମସଫର ଏକ୍ସପ୍ରେସ୍ ଟ୍ରେନରେ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ଅଗ୍ନିକାଣ୍ଡର ବେଳର ଭିଡିଓ

ଓଡ଼ିଶା ଭାସ୍କର: ଗୁଜରାଟର ତିରୁଚିରାପଲ୍ଲୀରୁ ଶ୍ରୀ ଗଙ୍ଗାନଗର ମଧ୍ୟରେ ଚଳାଚଳ କରୁଥିବା ହମସଫର ଏକ୍ସପ୍ରେସ ଟ୍ରେନରେ ଅଗ୍ନିକାଣ୍ଡ । ଟ୍ରେନ୍ ରେ ହୋଇଥିବା ଅଗ୍ନିକାଣ୍ଡର ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଟ୍ରେନ୍ ରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳୁଛି। ଅଗ୍ନିକାଣ୍ଡ ପରେ ସଙ୍ଗେ ସଙ୍ଗେ ଆତଙ୍କ ଖେଳିଯାଇଥିଲେ ମଧ୍ୟ ଆଶ୍ୱସ୍ତିର ବିଷୟ ହେଉଛି ଏହି ସମୟରେ କୌଣସି ଧନଜୀବନ କ୍ଷୟକ୍ଷତି ହୋଇନାହିଁ। ଗୁଜରାଟର ଭାଲସାଡ ଜିଲ୍ଲାରେ ଏହି ଘଟଣା ଘଟିଛି ।

ଅଗ୍ନିକାଣ୍ଡକୁ ନେଇ ରେଳ ବିଭାଗର ପ୍ରତିକ୍ରିୟା-
ପଶ୍ଚିମ ରେଳବାଇ ସିପିଆରଓ ସୁମିତ ଠାକୁର କହିଛନ୍ତି, ୨୨୪୯୮ ନମ୍ବର ରେଳ ନମ୍ବରର ପାୱାର କାର୍/କାର୍ ଲଗାଯିବ । ବ୍ରେକ୍ ଭ୍ୟାନ୍ କୋଚ୍ ରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ସଙ୍ଗେ ସଙ୍ଗେ ନିକଟବର୍ତ୍ତୀ ବଗିର ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଓହ୍ଲାଇ ଦିଆଯାଇଥିଲା । ଏହି ଅଘଟଣରେ କେହି ମୃତାହତ ହୋଇନଥିବା ସେ କହିଛନ୍ତି। ଏହି ଟ୍ରେନରୁ କୋଚ୍ କୁ ଅଲଗା କରିବା ପରେ ଯଥାଶୀଘ୍ର ପଠାଯିବ । ଏପରି ପ୍ରତିକ୍ରିୟା ଦେଇଛି ରେଳ ବିଭାଗ ।

Get real time updates directly on you device, subscribe now.