ଶସ୍ତା, ଶସ୍ତା, ଶସ୍ତା…, ‘ଫ୍ଲିପକାର୍ଡ କହୁଛି କମ୍ ଟଙ୍କା ଦିଅ ସବୁ ନିଅ’, ଅଫର ଆପଣଙ୍କ ଫ୍ରିଡମ ପାଇଁ…
ଫ୍ଲିପକାର୍ଡ ଆସନ୍ତାକାଲିଠୁ ମାନେ 13 ତାରିଖରୁ ଇଣ୍ଡିପେଣ୍ଡେଡନ୍ସ ଡେ ସେଲର ଆରମ୍ଭ କରିବ ।
ଓଡିଶା ଭାସ୍କର: ସପିଂ କରନ୍ତୁ ମାଲାମାଲ ହୁଅନ୍ତୁ । ଆଗକୁ ଆସୁଛି ସ୍ୱାଧୀନତା ଦିବସ । ଫ୍ରିଡମରେ ସବୁ ଫ୍ରି ନହେଲେ ବି ଶସ୍ତାରେ ମିଳୁଛି ଅନେକ ସାମଗ୍ରୀ ।
ପ୍ରକାଶାଥାଉ ଯେ, ଫ୍ଲିପକାର୍ଡ ଆସନ୍ତାକାଲିଠୁ ମାନେ 13 ତାରିଖରୁ ଇଣ୍ଡିପେଣ୍ଡେଡନ୍ସ ଡେ ସେଲର ଆରମ୍ଭ କରିବ । ଏହି ସେଲ ଆସନ୍ତା 17 ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ । ଏହା 5 ଦିନର ମେଗା ସପିଂ ଭାବରେ ଗ୍ରାହକଙ୍କୁ ଭିନ୍ନ ଭିନ୍ନ ଜିନିଷ କମ୍ ଦାମରେ ପରଷିବ ।
ଏହି ମେଗା ସପିଂରେ ଇଲେକ୍ଟ୍ରୋନିକ୍ସ, ଫ୍ୟାସନ, ହୋମ ଆପ୍ଲାଇନ୍ସ ତଥା ଅନ୍ୟ କ୍ୟାଟେଗୋରୀ ମଧ୍ୟ ସାମିଲ ରହିବ । ଏଥିରେ କମ୍ପାନୀ ବ୍ୟାଙ୍କ ଅଫର ଓ ଆକଚେଞ୍ଜ ବୋନସ ମଧ୍ୟ ଦେବ ।
ପଢନ୍ତୁ ଅଧିକ ଖବର…
କେବେ ଭାବିଛନ୍ତି ! କେମିତି ଟଙ୍କା କମାନ୍ତି GOOGLE PAY ଓ PHONE PAY ? 100 ପ୍ରତିଶତ ଲୋକଙ୍କୁ ନାହିଁ ଜଣା…
କାହିଁକି ଏ ସେଲ ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ: ଏହି ସେଲକୁ ବର୍ଷର ସବୁଠୁ ବଡ଼ ସେଲ ଭାବରେ ଦେଖାଯାଉଛି । ଏଥିରେ ସ୍ମାର୍ଟଫୋନ,ଲ୍ୟାପପ,ଟିଭି, ହୋମ ଆସେସିୟଲ୍ସ ତଥା ରୋଷେଇ ସାମଗ୍ରୀ ସଂପୃକ୍ତ । ତାହାସହ ସୈମସଙ୍ଗ, ମେଟୋରୋଲା, ଭିଭୋ, ଏଚପି ଓ ଟିସିଏଲ ଭଳି ପ୍ରଡକ୍ଟ କମ୍ ଦାମରେ ଉପଲବ୍ଧ ହେବ । ଏହାସହ କପଡା, ଫର୍ଣ୍ଣିଚର,ସନଗ୍ଲାସ, ଜ୍ୱେଲେରୀ ଓ ଅନ୍ୟ ଲାଇଫ ଷ୍ଟାଇଲ ପ୍ରଡକ୍ଟ ମଧ୍ୟ କମ୍ ଦାମରେ ମିଳିବ । ଫଳରେ ସମୟ ବର୍ବାଦ ନ କରି ଆପଣ ମଧ୍ୟ ଏହାର ଲାଭ ଉଠାଇ ପାରିବେ ।