fbpx

ପତ୍ନୀ ସହିତ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିବା ଅପରାଧ ନୂହେଁ: କୋର୍ଟ

Advertisement

ମୁମ୍ବାଇ: ପତ୍ନୀ ସହିତ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିବା ଅପରାଧ ନୂହେଁ ବା ଆଇନ ବିରୋଧୀ ନୂହେଁ । ଏହି ଭଳି ଏକ ଫଇସଲା ଶୁଣାଇଛି ମୁମ୍ବାଇ ସେସନ୍ କୋର୍ଟ । ପତ୍ନୀର ଇଚ୍ଛା ବିରୋଧରେ ଯାଇ ଶାରୀରିକ ସମ୍ବନ୍ଧ ରଖିବା କୌଣସି ପ୍ରକାର ଅପରାଧ ନୁହେଁ ବୋଲି କୋର୍ଟ କହିଛି । ଏକ ମାମଲାର ଶୁଣାଣି କରି ଏହି ଭଳି ରାୟ ଶୁଣାଇଛି କୋର୍ଟ । ଯାହା ଏବେ ଚର୍ଚ୍ଚାରେ ରହିଛି । ତେବେ ମୁମ୍ବାଇ ସେସନ୍ କୋର୍ଟ ଏହି ରାୟକୁ ଅଜବ ବୋଲି କହିବାର କାରଣ ହେଲା ନିକଟରେ କେରଳ ହାଇକୋର୍ଟ ଏକ ମାମଲାର ଶୁଣାଣି କରିବା ସମୟରେ କହିଥିଲେ ଯେ, ମ୍ୟାରିଟେଲ୍ ରେପ୍ ହେଉଛି କ୍ରୁରତା ଏବଂ ଏହାକୁ ଛାଡ଼ପତ୍ରର ଆଧାର ଭାବରେ ଧରାଯାଇପାରିବ ।

ମୁମ୍ବାଇର ଅତିରିକ୍ତ ସେସନ୍ ଜଜ୍ ଏସଜେ ଧରାତ୍ ଅଦାଲତରେ ମହିଳା ଜଣକ ନିଜର ପକ୍ଷ ରଖି କହିଥିଲେ ଯେ, ତାଙ୍କ ସ୍ୱାମୀ ତାଙ୍କ ସହ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିବାକୁ ଚେଷ୍ଟା କରୁଥିଲେ । ଏନେଇ କୋର୍ଟ କହିଥିଲେ ଯେ, ଅଭିଯୁକ୍ତ ହେଉଛନ୍ତି ମହିଳାଙ୍କ ସ୍ୱାମୀ ତେଣୁ ଏହାକୁ ବେଆଇନ୍ ବୋଲି କହିବା ଯଥାର୍ଥ ହେବ ନାହିଁ । ତେବେ ମହିଳା ଜଣକ ନିଜ ସ୍ୱାମୀ ଉପରେ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିବା ଏବଂ ଯୌତୁକ ନିର୍ଯ୍ୟାତନା ଦେବା ନେଇ ଅଭିଯୋଗ ଆଣିଥିଲେ । କିନ୍ତୁ ଏହି ମାମଲଶରେ ପୂର୍ବରୁ ହିଁ ସ୍ୱାମୀ ଅଗ୍ରୀମ ଜାମିନ୍ ଆବେଦନ ଦାଖଲ କରିସାରିଥିଲେ ।

ସ୍ୱାମୀ ଓଲଟି କହିଥିଲେ ଯେ, ତାଙ୍କ ପରିବାର ପକ୍ଷରୁ କୌଣସି ପ୍ରକାରର ଯୌତୁକ ନିର୍ଯ୍ୟାତନା ଦିଆଯାଇନାହିଁ । ତାଙ୍କୁ ମିଛ କେସ୍ ରେ ଫସାଇବାକୁ ଚେଷ୍ଟା କରାଯାଉଛି । ତାଙ୍କ ନାମରେ ଅଣାଯାଇଥିବା ସବୁ ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି ।

Get real time updates directly on you device, subscribe now.