fbpx

ସଂସଦରେ ବିଦେଶୀ ନାରା , ହାଇଦ୍ରାବାଦ ସାଂସଦଙ୍କୁ ପଡିପାରେ ମହଙ୍ଗା

Advertisement

ନୂଆଦିଲ୍ଲୀ: ଲୋକସଭା ସଂସଦରେ ମଙ୍ଗଳବାର ସାଂସଦ ମାନଙ୍କର ହୋଇଥିବା ଶପଥଗ୍ରହଣ ସମାରୋହରେ ବିଦେଶୀ ନାରା “ଜୟ ପାଲେଷ୍ଟାଇନ’ ଶୁଣିବାକୁ ମିଳିଥିଲା । ଅସଦୁଦ୍ଦିନ ଅୱେସୀ ଶପଥ ନେବା ପରେ ଏହି ନାରା ଦେବାରୁ ସଂସଦ ଭିତରେ ହଟଚମଟ ହେବାର ଦେଖିବାକୁ ମିଳିଥିଲା । ଏନେଇ ଭାରତୀୟ ଜନତା ପାର୍ଟିର ଅନେକ ନେତାମାନେ କହିଥିଲେ ଏହି ଜୟ ପାଲେଷ୍ଟାଇନ୍ ସ୍ଲୋଗାନଟି ବିଦେଶୀ ରାଷ୍ଟ୍ରର ଏହା ଭାରତୀୟ ସଂସଦ ଭବନରେ କହିବା ଅତ୍ୟନ୍ତ ନିନ୍ଦନୀୟ ତେଣୁ ଅସଦୁଦ୍ଦିନଙ୍କୁ ସାଂସଦ ପଦରୁ ଅଯୋଗ୍ୟ ଘୋଷଣା କରିବା ଲାଗି ବିଜେପି ସାଂସଦ ଦାବି କରିଛନ୍ତି ।

ସୂଚନା ଅନୁସାରେ, ହାଇଦ୍ରାବାଦ ଆସନରୁ ପଞ୍ଚମଥର ପାଇଁ ନିର୍ବାଚିତ ହୋଇଥିବା ଅୱେସୀଙ୍କ ଗୃହରେ ଶପଥ ପାଠବେଳେ ଏହି ବିଦେଶୀ ରାଷ୍ଟ୍ରର ସ୍ଲୋଗାନ ଜୟ ପାଲେଷ୍ଟାଇନ କହି ହରଡଘଣାରେ ପଡିଯାଇଛନ୍ତି । ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ଯେ ପାଲେଷ୍ଟାଇନ୍ ବା ଅନ୍ୟା କୌଣସି ରାଷ୍ଟ୍ର ଉପରେ ଆମର କୌଣସି ଶତ୍ରୁତା ନାହିଁ । କିନ୍ତୁ ଭାରତୀୟ ସଂସଦ ଭିତରେ ଶପଥ ସମୟରେ ବିଦେଶୀ ନାରା ଦେବା କେତେ ଦୂର ଠିକ ତାହା ନିୟମ ଅନୁସାରେ ଯାଞ୍ଚ କରି ପଦକ୍ଷେପ ନେବାକୁ କିରଣ ରିଜିଜୁ କହିଛନ୍ତି ।

ସେହିପରି ବିଜେପିର ଆଇଟି ସେଲର ମୁଖ୍ୟ ଅମିତ ମାଲଭିୟ ଅସଦୁଦ୍ଦିନ ଅୱେସୀଙ୍କ ସେହି ଭିଡିଓ କ୍ଲିପ ସହିତ ସମ୍ବିଧାନର ଧାରା ୧୦୨ ଅନୁଯାୟୀ ନିୟମକୁ ସୋସିଆଲ ମିଡିଆ “ଏକ୍ସ’ ରେ ପୋଷ୍ଟ କରିବା ସହ କହିଛନ୍ତି ଯେ, ଏହି ନିୟମ ଅନୁସାରେ ଅସଦୁଦ୍ଦିନ ଅୱେସୀଙ୍କ ସାଂସଦ ସଦସ୍ୟତା ପଦରୁ ବାହାର କରାଯିବାର ଧାର ୧୦୨ର ନିୟମ କହୁଛି ।

Get real time updates directly on you device, subscribe now.