fbpx

ଅହଂକାର ଦେଖାଇଲା ପାକିସ୍ତାନ: ଆତ୍ମସମ୍ମାନ ନାଁରେ ବିସିସିଆଇକୁ ଧମକ ଦେଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ: ଚଳିତବର୍ଷ ପାକିସ୍ତାନରେ ଆୟୋଜନ ହେବାକୁ ଯାଉଛି ଏସିଆ କପ୍-୨୦୨୩ । ତେବେ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତ ପାକିସ୍ତାନକୁ ନଯିବା ନେଇ ନିଷ୍ପତ୍ତି ନେଇଥିଲେ ବିସିସିଆଇ ସଚିବ ଜୟ ଶାହ । ଏହି ନିଷ୍ପତ୍ତି ପରଠାରୁ ବିବାଦ ଲାଗିରହିଛି । ମାମଲା ଏତେ ଜୋର ଧରିଛି ଯେ, ପାକିସ୍ତାନ କ୍ରିକେଟର ପୂର୍ବତନ ଚେୟାରମ୍ୟାନ ରମିଜ ରାଜା ଏବଂ ଚିଫ ନଜମ ସେଠୀ ବିସିସିଆଇକୁ ଏଥିପାଇଁ ଧମକ ଦେଇ ସାରିଛନ୍ତି । ତେବେ ବର୍ତ୍ତମାନ ଧମକ ଦେବା ତାଲିକାରେ ପାକିସ୍ତାନର ପୂର୍ବ ଅଧିନାୟକ କମରାନ ଆକମଲଙ୍କ ନାଁ ମଧ୍ୟ ସାମିଲ ହୋଇଛି ।

କାରଣ ଚଳିତବର୍ଷ ଭାରତ ଦିନିକିଆ ବିଶ୍ୱକପର ଆୟୋଜନ କରିବ । ତେବେ ଏ ନେଇ କମରାନ କହିଛନ୍ତି ଯେ, ଆମେ ମଧ୍ୟ ବିଶ୍ୱକପ ଚମ୍ପିଆନ ଦଳ, ବିଶ୍ୱକପ ଏବଂ ଚମ୍ପିଆନ୍ସ ଟ୍ରଫି ଜିତିବା ସହ ଆମେ ମଧ୍ୟ ସବୁ ଫର୍ମାଟରେ ଶୀର୍ଷ ସ୍ଥାନ ଦଖଲ କରିଛୁ । ତେଣୁ ଆମର ମଧ୍ୟ ସମ୍ମାନ ରହିଛି । ଯଦି ଭାରତ ଏସିଆ କପରୁ ବିରତ ହୁଏ ତେବେ ପାକିସ୍ତାନ ବିଶ୍ୱକପରେ ଭାଗ ନେବନାହିଁ ବୋଲି କହିଛି ପାକିସ୍ତାନ କ୍ରିକେଟ ବୋର୍ଡ । ଏବେ ଉଭୟ ଦେଶ ମଧ୍ୟରେ କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ନେଇ ଆରମ୍ଭ ହୋଇଯାଇଛି ବାକ୍ ଯୁଦ୍ଧ । ପାକିସ୍ତାନର ପୂର୍ବ କ୍ରିକେଟର ତଥା ସଦସ୍ୟମାନେ ଏଥିରେ ବିସିସିଆଇକୁ ବାରମ୍ବାର ଧମକ ଦେବାରେ ଲାଗିଛନ୍ତି ।

ତେବେ ଏସିଆ କପ-୨୦୨୩ର ଭେନ୍ୟୁକୁ ନେଇ ବହରୀନରେ ହୋଇଥିବା ଏସିଆନ କ୍ରିକେଟ କାଉନ୍ସିଲ ବୈଠକରେ କୌଣସି ନିଷ୍ପତ୍ତି ନିଆଯାଇ ପାରିନାହିଁ । ତେବେ ବିସିସିଆଇ ସ୍ପଷ୍ଟ କରିଛି ଯେ ପାକିସ୍ତାନକୁ ଗସ୍ତ କରିବା ପାଇଁ ଦଳକୁ ସରକାରଙ୍କ ପକ୍ଷରୁ ମଞ୍ଜୁରୀ ମିଳିପାରିବ ନାହିଁ । ସେପଟେ ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ଭଳି ଦେଶକୁ ଗସ୍ତ କରିଥିବା ଭାରତକୁ ଏସି÷ଆ କପ ପାଇଁ ପାକିସ୍ତାନ ଆସିବାକୁ ପଡିବ ବୋଲି ପିସିବି ଯୁକ୍ତି ବାଢିଛି ।

Get real time updates directly on you device, subscribe now.