fbpx

୪ ଲଦାଖ ଛାତ୍ର ଅଟକ; ଇସ୍ରାଏଲ ଦୂତାବାସ ବିସ୍ଫୋରଣ ମାମଲାରେ ଧରିଲା ପୋଲିସ୍

Advertisement

ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ନୂଆଦିଲ୍ଲୀ ସ୍ଥିତ ଇସ୍ରାଏଲ ଦୂତାବାସରେ ବିସ୍ଫୋରଣ ମାମଲାରେ ୪ ଜଣ ଲଦାଖ ଛାତ୍ରଙ୍କୁ ପୋଲିସ୍ ଅଟକ ରଖିଛି । କାର୍ଗିଲରୁ ୪ ଜଣ ଯୁବକଙ୍କୁ ଗୁରୁବାର ଦିନ ପଚରାଉଚୁରା ପାଇଁ ଦିଲ୍ଲୀ ଅଣାଯାଇଥିବା ନେଇ ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଦିଲ୍ଲୀସ୍ଥିତ ଇସ୍ରାଏଲ ଦୂତାବାସରେ ଜାନୁୟାରୀ ୨୯ ତାରିଖରେ ଏକ ଛୋଟ ଧରଣର ଆଇଡି ବିସ୍ଫୋରଣ ହୋଇଥିଲା । ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍ଆଇଏ) ପକ୍ଷରୁ ଏହି ମାମଲାର ତଦନ୍ତ କରାଯାଉଥିଲେ ହେଁ ଦିଲ୍ଲୀ ପୋଲିସ୍ର ସ୍ୱତନ୍ତ୍ର ଶାଖା ପକ୍ଷରୁ ଅପରାଧିକ ଷଡଯନ୍ତ୍ର ମାମଲାରେ ଏହି ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଗତ ସପ୍ତାହରେ ଏନ୍ଆଇଏ ପକ୍ଷରୁ ୪ ଅଭିଯୁକ୍ତଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ପକ୍ଷରୁ ସିସିଟିଭି ଫୁଟେଜ୍ ଆଧାରରେ ଏହି ୪ ଯୁବକଙ୍କୁ ଗିରଫ କରାଯାଇଥିଲା । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣ ଦୂତାବାସ ବାହାରେ ବିସ୍ଫୋରକ ଲଗାଉଥିବା ନଜର ଆସିଛନ୍ତି । ପ୍ରାୟ ୨୦୦ ସିସିଟିଭି ଫୁଟେଜ ଯାଞ୍ଚ ପରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ୍ । ଜାନୁୟାରୀ ୨୯ ତାରିଖରେ ଏପିଜେ ଅବ୍ଦୁଲ କାଲାମ ରୋଡରେ ସନ୍ଧ୍ୟା ୫ଟାରେ ଏହି ବିସ୍ଫୋରଣ ହୋଇଥିଲା । ତଦନ୍ତ ପରେ ଏହି ବିସ୍ଫୋରଣରେ ପେଟ୍ଏନ୍ ବିସ୍ଫୋରକ ବ୍ୟବହୃତ ହୋଇଥିବା ଜଣାପଡିଥିଲା । ଉଲ୍ଲେଖଯୋଗ୍ୟ ଯେ, ପେଟ୍ ଏନ୍ ଏକ ମିଲିଟାରୀ ଗ୍ରେଡ୍ ବିସ୍ଫୋରକ ହୋଇଥିବା ବେଳେ ଆଲକାଏଦା ଏହାର ବ୍ୟବହାର କରିଥାଏ ।

Get real time updates directly on you device, subscribe now.