fbpx

ଅଧା ରାଜ୍ୟରେ ଖରା ଅଧା ରାଜ୍ୟରେ ବର୍ଷା: ଝଡ଼ ତୋଫାନ, ପ୍ରବଳ ବର୍ଷା, ବିଜୁଳି ପ୍ରକୋପରେ ୧୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଉତ୍ତର ଭାରତର କିଛି ରାଜ୍ୟରେ ବର୍ତ୍ତମାନ ଗରମର ପ୍ରକୋପ ଦେଖିବାକୁ ମିଳିଛ । ଏହି ଅଞ୍ଚଳଗୁଡ଼ିକରେ ତାପମାତ୍ରା ବୃଦ୍ଧି ସହିତ ମୌସମ ଶୁଷ୍କ ଅବସ୍ଥାରେ ରହିଛି । ତେବେ ତାମିଲନାଡ଼ୁ, କେରଳ ଓ ଅସମ ପରି କିଛି ରାଜ୍ୟରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି । ଝଡ଼ ତୋଫାନ, ପ୍ରବଳ ବର୍ଷା, ବିଜୁଳି କାରଣରୁ ଅସମରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହିତ ବହୁ ଧନଜୀବନ ନଷ୍ଟ ହୋଇଥିବା ଅସମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏଏସଡିଏମଏ) ତରଫରୁ ସୂଚନା ଦିଆଯାଇଛି ।

ଏଏସଡିଏମଏ ମୁତାବକ, ଗତ ୧୫ ତାରିଖରେ ରାଜ୍ୟରେ ପ୍ରବଳ ଝଡ଼ ତୋଫାନ ଆସିବା ସହ ମୌସମ ବଦଳି ଯାଇଥିଲା । ରାଜ୍ୟର ଗୋଲପାରା, ବାରପେଟା, ଡିବ୍ରୁଗଡ଼, ନଲବାଡ଼ି ଜିଲ୍ଲାରେ ପ୍ରବଳ ବର୍ଷାରେ ଅନେକ ଘର ନଷ୍ଟଭ୍ରଷ୍ଟ ହୋଇଯାଇଥିଲା । ବହୁ ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ି ରହିଥିଲା । ଝଡ଼ର ପ୍ରଭାବରେ ବିଦ୍ୟୁତ ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା ଓ କିଛି ସମୟ ପାଇଁ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଥିଲା ।

ତେବେ ଆଜି ମଧ୍ୟ ରାଜ୍ୟରେ ବର୍ଷା ଜାରି ରହିବାର ସମ୍ଭାବନା ରହିଛି । ଅରୁଣାଚଳ ପ୍ରଦେଶ, ଅସମ, କେରଳ ଓ ତାମିଲନାଡ଼ୁ ପରି କିଛି ରାଜ୍ୟରେ ବର୍ଷା ହେବା ନେଇ ଇଣ୍ଡିଆନ ମେଟେରୋଲୋଜିକାଲ ଡିପାର୍ଟମେଣ୍ଟ (ଆଇଏମଡି) ପକ୍ଷରୁ ଆକଳନ କରାଯାଇଛି ।

Get real time updates directly on you device, subscribe now.