ଡିସେମ୍ବର ୧୪ରେ ସରିଯିବ ଆଧାର କାର୍ଡ ମାଗଣା ଅପଡେଟ୍ ସମୟସୀମା: ଜରୁରୀ କାମ ଏବେ ନ ସାରିଲେ ପରେ ସମସ୍ୟାରେ ପଡ଼ିବେ

ନୂଆଦିଲ୍ଲୀ: ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ତରଫରୁ ମାଗଣାରେ ଆଧାର କାର୍ଡ ଅପଡେଟ୍ କାର୍ଯ୍ୟ ଜାରି ରହିଛି । ଆଧାର କାର୍ଯ୍ୟ ବିଭିନ୍ନ କାର୍ଯ୍ୟ ପାଇଁ ଏକ ଜରୁରୀ ଡକ୍ୟୁମେଣ୍ଟ ହୋଇଥିବାରୁ ଏହାକୁ ସମୟ ପୂର୍ବରୁ ଅପଡେଟ୍ ନକଲେ ଆପଣମାନେ ଭବିଷ୍ୟତରେ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି । ଡିସେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ଆପଣମାନେ ମାଗଣାରେ ଆଧାର ଅପଡେଟ୍ କରାଇ ପାରିବେ । ପୂର୍ବରୁ ଆଧାର କାର୍ଡ ଅପଡେଟ୍ ପାଇଁ କଟ୍ ଅଫ୍ ଡେଟ୍ ବୃଦ୍ଧି ହୋଇଥିବା ବେଳେ ଏବେ ଉକ୍ତ ଅବଧି ପୁନର୍ବାର ବୃଦ୍ଧି ହେବାର ସମ୍ଭାବନା କମ୍ ରହିଛି ।

ତେଣୁ ଆପଣମାନେ ୟୁଆଇଡିଏଆଇ ୱେବସାଇଟକୁ ଯାଇ ନିଜର ଆଧାର ବିବରଣୀକୁ ଫ୍ରି’ରେ ଅପଡେଟ୍ କରିପାରିବେ । ଧାର୍ଯ୍ୟ ସମୟ ମଧ୍ୟରେ ଆଧାର କାର୍ଡର ସବିଶେଷ ତଥ୍ୟ ଅପଡେଟ୍ କରିବାକୁ ୟୁଆଇଡିଏଆଇ ତରଫରୁ ପରାମର୍ଶ ଦିଆଯାଇଥାଏ । ତେଣୁ ସମୟସୀମା ମଧ୍ୟରେ ଆଧାର ଅପଡେଟ୍ କରିବ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେବେ ଯଦି ଆପଣଙ୍କର ଆଧାର ୧୦ ବର୍ଷ ବା ତା’ଠାରୁ ଅଧିକ ସମୟ ପୂର୍ବରୁ କରାଯାଇଛି, ତେବେ ତାହାକୁ ଅପଡେଟ୍ କରିବା ନିହାତି ଜରୁରୀ ବୋଲି କୁହାଯାଇଛି । ଏଥିପାଇଁ ଆପଣମାନେ ପ୍ରଥମେ https://myaadhaar.uidai.gov.in/%20 ପୋର୍ଟାଲକୁ ଯାଇ ସେଠାରେ ଆଧଶର ନମ୍ବର ଓ ପଞ୍ଜୀକୃତ ମୋବାଇଲ ନମ୍ବରକୁ ପଠାଯାଇଥିବା ଓଟିପି ସହିତ ପ୍ରାମାଣୀକରଣ କରିବେ । ତା’ପରେ ନାମ, ଠିକଣା ଓ ଅନ୍ୟାନ୍ୟ ତଥ୍ୟ ଅପଡେଟ୍ କରିପାରିବେ ।