fbpx

ଏହି ରାଜ୍ୟରେ ଏପ୍ରିଲ ୧ରୁ ବିୟର ମୂଲ୍ୟ ୩୦-୩୫ ଟଙ୍କା ହ୍ରାସ ପାଇବ, ଜାଣନ୍ତୁ କେଉଁଠି?

୨୦୨୧-୨୨ ବର୍ଷ ପାଇଁ ଘୋଷିତ ହୋଇଥିବା ରାଜସ୍ଥାନର ଅବକାରୀ ନୀତି ଅନୁସାରେ, ୧ ଏପ୍ରିଲଠାରୁ ଶସ୍ତା ବିୟର ଉପଲବ୍ଧ ହେବ । ନୂଆ ଅବକାରୀ ନୀତିରେ ବିୟର ଉପରେ ଅତିରିକ୍ତ ଶୁଳ୍କ ଓ ଏମଆରପି ହ୍ରାସ କରିବା ପାଇଁ ଘୋଷଣା କରାଯାଇଛି, ଯେଉଁଥିରେ ୩୦-୩୫ ଟଙ୍କା ହ୍ରାସ କରାଯିବ ।

ଏହା ସହ ଦେଶରେ ପ୍ରସ୍ତୁତ ଇଂରାଜୀ ମଦ ଓ ଆମଦାନୀ ମଦକୁ ବାଦ୍ ଦେଇ ସମସ୍ତ ଏକ୍ସାଇଜ ସାମଗ୍ରୀ ଉପରେ ସରଚାର୍ଜ ଲଗାଯିବ ନାହିଁ । ଦେଶୀ ମଦିରାର ଖୁଚୁରା ମୂଲ୍ୟରେ ମଧ୍ୟ କୌଣସି ପରିବର୍ତ୍ତନ ହେବନାହିଁ । ଦୋକାନଗୁଡିକର ସମୟ ସକାଳ ୧୦ରୁ ରାତି ୮ଟା ପଯ୍ୟନ୍ତ ରହିବ ।

Get real time updates directly on you device, subscribe now.