fbpx

ଗଞ୍ଜାମ ମଦ ମୃତ୍ୟୁ ମାମଲା: ଖୁବ୍ ଶୀଘ୍ର RDC ତଦନ୍ତ ପାଇଁ ନିର୍ଦ୍ଦେଶ ଦେବେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ: ଗଞ୍ଜାମ ମଦ ମୃତ୍ୟୁ ମାମଲାକୁ ନେଇ ବିଧାନସଭାରେ ଝଡ଼ । ପ୍ରଶ୍ନକାଳ ଆରମ୍ଭରୁ ମଦ ମୃତ୍ୟୁ ପ୍ରସଙ୍ଗ ଉଠାଇ ଗୃହ ମଧ୍ୟଭାଗକୁ ଓହ୍ଲାଇଥିଲା ବିଜେଡି । ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରି ପ୍ରତିବାଦ କରିଥିଲେ ବିଜେଡି ସଦସ୍ୟ । ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ ଅବକାରୀ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ବିଜେଡି ଦାବି କରିଥିଲା । କେନ୍ଦ୍ରୀୟ ପ୍ରବର୍ତ୍ତନ ସଂସ୍ଥାର ମାତ୍ରାଧିକ କାର୍ଯାନୁଷ୍ଠାନ ପ୍ରସଙ୍ଗରେ କଂଗ୍ରେସ ପ୍ରତିବାଦ କରିଥିଲା । କେବଳ ଏତିକି ନୁହେଁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ରିପୋର୍ଟର ଟେବୁଲ୍ ଉପରେ ଚଢ଼ି ପ୍ରତିବାଦ କରି କହିଥିଲେ ଉଭୟ ବିଜେଡି ଓ କଂଗ୍ରେସ ପୃଷ୍ଟ ପୋଷକତାରେ ମଦ କାରବାର ଚାଲିଥିଲା । ସରକାର ଦୋଷୀ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ।

ତେବେ ମଦମୃତ୍ୟୁ ଘଟଣାରେ ବିଜେଡ଼ିର ପ୍ରତିବାଦ ନେଇ ଗୃହ ବାହାରେ ବିଜେପି ବିଧାୟକ କହିଛନ୍ତି ଦୋଷୀଙ୍କ ବିରୁଦ୍ଧରେ କାର୍ଯାନୁଷ୍ଠାନ ଆରମ୍ଭ ହୋଇଛି । ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ଅମୂଳକ। ଚୋରା ମଦ କାରବାରରେ ବିଜେଡି ଲୋକଙ୍କ ସଂପୃକ୍ତି ଥିଲା । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ଅପରପକ୍ଷରେ ଗଞ୍ଜାମ ମଦ ମୃତ୍ୟୁ ଘଟଣାରେ RDC ତଦନ୍ତ ହେବ । ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିର୍ଦ୍ଦେଶ ଦେବେ । ୨ ମାସ ଭିତରେ ଏହାର ତଦନ୍ତ ରିପୋର୍ଟ ଆସିବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ବର୍ଷେ ଭିତରେ ବେଆଇନ ମଦ ନେଟୱର୍କ ଭାଙ୍ଗିବ । ବର୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ଚୋରା ମଦ ଭାଟି ଉପରେ ଚଢ଼ାଉ ଜାରି ରହିଛି । ୨୧୭ ଟି ବେଆଇନ ମଦ ଭାଟି ଚିହ୍ନଟ ହେବାସହ ୧୧୭ ଜଣଙ୍କୁ ବର୍ତ୍ତମାନ ସୁଦ୍ଧା ଗିରଫ କରାଯାଇଛି । ବେଆଇନ ଭାଟିକୁ ବୁଲ ଡୋଜର ଲଗାଇ ଉଡ଼ାଇ ଦିଆଯିବା ନେଇ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ବେଆଇନ ଭାଟି ରହିବନି ବୋଲି ଆଶ୍ଵାସନା ଦେଇଛନ୍ତି ମନ୍ତ୍ରୀ ।
କାର୍ଯ୍ୟରେ ଅବହେଳା ବ୍ରହ୍ମପୁର ଅବକାରୀ ସୂପରିଟେଣ୍ଡନ୍ତଙ୍କ ବଦଳି କରାଯିବା ଦୁଇ ଜଣଙ୍କୁ ନିଲମ୍ବନ କରାଯାଇଛି ।

Get real time updates directly on you device, subscribe now.