fbpx

ମହଙ୍ଗା ହେବ ଗ୍ୟାସ ସିଲିଣ୍ଡର, ସରକାର କଲେ ଘୋଷଣା

ନୂଆଦିଲ୍ଲୀ: ଦିନକୁ ଦିନ ସବୁ ଜିନିଷ ମହଙ୍ଗା ହେବାକୁ ଲାଗିଛି । ପେଟ୍ରୋଲ ଠାରୁ ଆରମ୍ଭ କରି ଖାଦ୍ୟ ଓ ଜାଳେଣି ଗ୍ୟାସ ସହ ସବୁ ଦର ଉପର ମୁହାଁ ହୋଇ ଚାଲିଛି । ତେବେ ବିଗତ କିଛି ଦିନ ହେବ ସରକାର ଏହି ଗ୍ୟାସ ଦର କମାଇଦେଇଥିଲେ, ଏଥିରେ ଜନସାଧାରଣଙ୍କ ମାନରେ କିଛିଟା ଆଶ୍ୱସ୍ଥି ଆସିଥିଲା । ହେଲେ ଅନ୍ୟ କ୍ଷେତକୁ ଦେଖିଲେ ଦେଶରେ ଲୋକମାନେ ମହଙ୍ଗା ମାଡ ଖାଇଆସୁଥିବା ବେଳେ ସରକାରଙ୍କ ରାୟ ଲୋକମାନଙ୍କୁ ଚିନ୍ତାରେ ପକାଇଛି ।

ତେବେ ଏଲପିଜି ସିଲିଣ୍ଡର ଉପରେ କିଛିଟା ବାଣିଜ୍ୟିକ ରିହାତି ମିଳୁଥିଲା । ହେଲେ ସରକାର ଏବେ ତାକୁ ବନ୍ଦ କରି ଦେଇଛନ୍ତି । ଦେଖିବାକୁ ଗଲେ ଡିଷ୍ଟ୍ରିବୁଟର ମାନେ ୨୦୦ରୁ ୩୦୦ ଟଙ୍କା ଗ୍ୟାସ ସିଲିଣ୍ଡର ଉପରେ ଡିସ୍କାଉଣ୍ଟ ଦେଉଥିଲେ । ହେଲେ ବାରମ୍ବାର ଅଭିଯୋଗ ପରେ ଏହାକୁ ସରକାର ଉଠାଇଦେଇଛନ୍ତି ।

ଏହି ଅଭିଯୋଗ ତିନୋଟି ତେଲ କମ୍ପାନୀ ଅଣିଥିଲେ । ଏହି କଂପାନୀ ଗୁଡିକ ଡିଷ୍ଟ୍ରିବୁଟରଙ୍କୁ ଡିସକାଉଣ୍ଟ ଦେବା ପାଇଁ ମନା କରିଦେଇଛନ୍ତି । ଏହାକୁ ନେଇ ସରକାର ନିଜ ରାୟ ଶୁଣାଇ ରିହାତି କୁ ବନ୍ଦ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.