fbpx

ପର୍ସନାଲ ଲୋନ୍ ନେବା ପୂର୍ବରୁ ଠିକ୍ କରନ୍ତୁ କ୍ରେଡିଟ୍ ସ୍କୋର ନଚେତ୍ ଭୋଗିପାରନ୍ତି ସମସ୍ୟା

ନୂଆଦିଲ୍ଲୀ: ପର୍ସନାଲ ଲୋନ୍ ନେବା ପାଇଁ ପ୍ଲାନିଂ କରୁଛନ୍ତି କି ? ଲୋନ୍ ଆପ୍ଲିକେସନ୍ ଆପ୍ରୁଭାଲକୁ ନେଇ ଚିନ୍ତିତ ? ଲୋନ୍ ନେବା ପୂର୍ବରୁ ବ୍ୟାଙ୍କରେ କିଛି କାଗଜପତ୍ର ବନ୍ଧା ପକାଇବାକୁ ପଡ଼ିଥାଏ କି, ଋଣ ନେଲେ କେତେ ସୁଧହାର ରହିଛି ? ଋଣ ଏବଂ ଋଣ ରାଶି ସହ ଜଡ଼ିତ କିଛି ପ୍ରଶ୍ନର ଉତ୍ତର ପୂର୍ବରୁ ଜାଣି ରଖିଲେ ଭବିଷ୍ୟତରେ ସମସ୍ୟା ଦେଖାଦେଇନଥାଏ ।

ଆଜିକାଲି ପର୍ସନାଲ ଲୋନ୍ ନେବା ଯେତିକି ସହଜ ସେତିକି ସମସ୍ୟାର କାରଣ ମଧ୍ୟ । କିଛି ବ୍ୟକ୍ତି ତତ୍କାଳ ଆର୍ଥିକ ଆବଶ୍ୟକତାକୁ ପୁରା କରିବା ପାଇଁ ବିନା ବୁଝି ବିଚାରି ପର୍ସନାଲ ଲୋନ୍ ନେଇଥାନ୍ତି । ଏଥିରେ ଶିକ୍ଷାଗତ ଶୁଳ୍କ, ବିବାହ, ଚିକିତ୍ସା, ଭ୍ରମଣ ଆଦି ଖର୍ଚ୍ଚ ଅନ୍ତର୍ଭୂକ୍ତ । ତେବେ ଆସନ୍ତୁ ଜାଣିବା ପର୍ସନାଲ ଲୋନ୍ ନେବା ପୂର୍ବରୁ କେଉଁ ସବୁ ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଧ୍ୟାନ ଦେବା ଉଚିତ ।

୧. ଆବଶ୍ୟକତା ଆକଳନ କରନ୍ତୁ: ଋଣ ନେବା ପୂର୍ବରୁ ପ୍ରଥମେ ନିଜ ଆବଶ୍ୟକତାର ମୂଲ୍ୟାଙ୍କନ କରନ୍ତୁ । ଏହା ଦ୍ୱାରା ଆପଣ ଅଯଥା ଖର୍ଚ୍ଚରୁ ବର୍ତ୍ତିିଯିବେ । ଋଣରାଶି ଉପରେ ସୁଧହାର, ମାସିକ ଇନଷ୍ଟଲମେଣ୍ଟ, ପ୍ରୋସେସିଂ ଫିସ୍ ଇତ୍ୟାଦି ଦୃଷ୍ଟିରେ ରଖି ଋଣ ପାଇଁ ଆବେଦନ କରନ୍ତୁ ।

୨. ଉତ୍ତମ କ୍ରେଡିଟ୍ ସ୍କୋର: ଆପଣଙ୍କ କ୍ରେଡିଟ୍ ସ୍କୋର ଉତ୍ତମ ଥିଲେ ଶୀଘ୍ର ଏବଂ କମ୍ ସୁଧହାରରେ ଋଣ ମିଳିଥାଏ । ଆପଣଙ୍କ କ୍ରେଡିଟ୍ ସ୍କୋର ଦୁର୍ବଳ ଥିଲେ ତୁରନ୍ତ ଠିକ୍ କରାନ୍ତୁ । କ୍ରେଡିଟ୍ ସ୍କୋର ଉତ୍ତମ ଥିଲେ ଆପଣଙ୍କୁ ଅନ୍ୟାନ୍ୟ ଫାଇଦା ମଧ୍ୟ ମିଳିଥାଏ ।

୩. ଲୋନ୍ କ୍ରାଇଟେରିୟା ବିଷୟରେ ଜାଣନ୍ତୁ: ବ୍ୟାଙ୍କ ଏବଂ ବିଭିନ୍ନ ଆର୍ଥିକ ଅନୁଷ୍ଠାନ ଗୁଡ଼ିକରେ ପର୍ସନାଲ ଲୋନ୍ ପ୍ରଦାନ କରିବା ପାଇଁ ଭିନ୍ନ ଭିନ୍ନ ନିୟମ ରହିଛି । ବିଶେଷ କରି ବ୍ୟକ୍ତିର ବ୍ୟବସାୟ, ବୟସ ଏବଂ କ୍ରେଡିଟ୍ ସ୍କୋର ଆଧାରରେ ଋଣ ପ୍ରଦାନ କରାଯାଇଥାଏ । ତେଣୁ ପ୍ରଥମେ ଆପଣ ଋଣ ନେଉଥିବା ଆର୍ଥିକ ଅନୁଷ୍ଠାନର ମାନଦଣ୍ଡ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଗ୍ରହଣ କରନ୍ତୁ ।

୪. ରିପେମେଣ୍ଟ ପ୍ଲାନ୍‌: ଋଣ ନେବା ପୂର୍ବରୁ ଏହା ସୁନିଶ୍ଚିତ କରନ୍ତୁ କି ଆପଣ ଏହାକୁ କିପରି ପରିଶୋଧ କରିବେ ଏବଂ ଏଥିପାଇଁ ଆପଣଙ୍କୁ କେତେ ସମୟ ଲାଗିବ । ଆପଣଙ୍କ ଆର୍ଥିକ ସ୍ଥିତି ଅନୁଯାୟୀ ଋଣର କାର୍ଯ୍ୟକାଳ ବା ଟେନ୍ୟୋର ଚୟନ କରନ୍ତୁ । ଆପଣଙ୍କ ମାସିକ ସଞ୍ଚୟ ଇଏମଆଇରୁ କମ୍ ଥିଲେ ଇଏମଆଇ ଡିଫଲ୍ଟର ତାଲିକାରେ ରହିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.