ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ରାଶିର ଏକ ସ୍ୱାମୀ ଗ୍ରହ ଥାଏ । ଏହି ଗ୍ରହମାନଙ୍କର ପ୍ରଭାବ ବ୍ୟକ୍ତିଙ୍କ ଜୀବନରେ ଦେଖିବାକୁ ମିଳିଥାଏ । ମଙ୍ଗଳ ଗ୍ରହର ରାଶିରେ ଜନ୍ମିତ ଲୋକମାନେ କେବେ ଶକ୍ତିଶାଳୀ, ଉତ୍ସାହୀ, ଆତ୍ମବିଶ୍ୱାସୀ, ଜିଦଖୋର ଏବଂ ରାଗି ସ୍ୱାଭବର ହୋଇଥାନ୍ତି । ଅନ୍ୟପଟେ ଶନିଙ୍କ ରାଶିର ଲୋକମାନେ ପରିଶ୍ରମୀ, ସଚ୍ଚୋଟ, ଧର୍ଯ୍ୟବାନ ଓ ଶାନ୍ତ ସ୍ୱାଭାବର ହୋଇଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, କିଛି ରାଶିର ଲୋକମାନେ ରାଗି ସ୍ୱଭାବର ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ସେହି ୪ ରାଶିର ଯୁବତୀଙ୍କ ବିଷୟରେ, ଯେଉଁମାନଙ୍କର ନାକଅଗରେ ରାଗ ଥାଏ…
ମେଷ
ମେଷ ରାଶି ଉପରେ ମଙ୍ଗଳର ପ୍ରଭାବ ପଡିଥାଏ । ଏହି କାରଣ ଯୋଗୁଁ ଏହି ରାଶିର ଝିଅମାନେ ରାଗିବା ସ୍ୱଭାବର ହୋଇଥାନ୍ତି । ଏହି ରାଶିର ଝିଅମାନଙ୍କୁ କିଛି କଥା ତୁରନ୍ତ ଖରାପ ଲାଗିଥାଏ । ଏମାନଙ୍କ ରାଗ କୌଣସି ଜ୍ୱଳାମୁଖୀଠାରୁ ବି କମ୍ ନୁହେଁ । ରାଗରେ ଆସିବା ପରେ ଏମାନେ ସାମ୍ନା ଲୋକଙ୍କୁ ଭଲରେ ଶୁଣାଇ ଦିଅନ୍ତି । ଏମାନଙ୍କ ରାଗ ଶାନ୍ତ କରିବା ସାଧାରଣ ମଣିଷ ପାଖରେ ଅସମ୍ଭବ ହୋଇପଡେ ।
ବୃଷ
ବୃଷ ରାଶିର ଝିଅମାନଙ୍କ ରାଗ ବହୁତ ଅଧିକ ଥାଏ । ରାଗରେ ଆସିଲେ ସେମାନେ ସମସ୍ତ ସୀମା ଅତିକ୍ରମ କରନ୍ତି । ରାଗରେ ଆସି ସେମାନେ ନିଜର ନିୟନ୍ତ୍ରଣ ହରାଇ ବସନ୍ତି । ରାଗରେ ସେମାନେ ଏପରି କିଛି କହିଦିଅନ୍ତି, ଯାହା ଦ୍ୱାରା ସମ୍ପର୍କ ମଧ୍ୟ ଭାଙ୍ଗିଯାଏ । ଏହି ରାଶିର ଝିଅମାନଙ୍କର ରାଗ ବହୁତ ଶୀଘ୍ର ଶାନ୍ତ ହୋଇନଥାଏ । ସେହି ସମୟରେ ସେମାନଙ୍କୁ ଯୁକ୍ତି-ତର୍କ କରିବାକୁ ଛାଡିଦେଲେ ଭଲ ।
ସିଂହ
ସିଂହ ରାଶିର ଝିଅମାନେ ଅତ୍ୟଧିକ ରାଗି ସ୍ୱଭାବର ବୋଲି ବିବେଚନା କରାଯାଏ । ଏମାନେ ନିଜ ରାଗ ଉପରେ ନିୟନ୍ତ୍ରଣ କରିପାରନ୍ତି ନାହିଁ । ଏମାନେ ରାଗରେ ଆସି ଏପରି କିଛି କହିଦିଅନ୍ତି, ଯାହା ଦ୍ୱାରା ସାମ୍ନାରେ ଥିବା ଲୋକେ ଅନୁତାପ କରନ୍ତି । ଏହି ରାଶିର ଝିଅମାନେ ଅତ୍ୟନ୍ତ ସ୍ୱାଭିମାନୀ ହୋଇଥାନ୍ତି ।
ବିଛା
ସାଧାରଣତଃ ବିଛା ରାଶିର ଝିଅମାନଙ୍କୁ ବହୁତ ଶୀଘ୍ର ରାଗ ଆସିନଥାଏ । କିନ୍ତୁ ସେମାନେ ଥରେ ରାଗିଗଲେ କାହା କଥା ଶୁଣନ୍ତି ନାହିଁ । ଏହି ରାଶିର ଝିଅମାନେ ରାଗରେ ଆସି କିଛି ବି କରିପାରନ୍ତି ।