fbpx

ଆମେରିକାରୁ ଆସିଲା ଖୁସି ଖବର ଓ ସୁନା କଲା ନୂଆ ରେକର୍ଡ: ଜାଣନ୍ତୁ ଏବେ କେତେ ହୋଇଗଲା ଦାମ୍

ନୂଆଦିଲ୍ଲୀ: ଆମେରିକାରୁ ଆସିଲା ଏକ ଭଲ ଖବର ଏବଂ ଗୁରୁବାର ଦିନ ବୁଲିଅନ୍ ବଜାରରେ ଏକ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଲା । ବାସ୍ତବରେ ଗୁରୁବାର ଦିନ ସୁନା ଓ ରୂପାରେ ୧୦୦୦ ରୁ ଅଧିକ ବୃଦ୍ଧି ଘଟିଛି । ମାର୍ଚ୍ଚ ୨୧ ରେ ଏହାର ହାରରେ ତୀବ୍ର ବୃଦ୍ଧି ହେବାର କାରଣ ହେଉଛି ଆମେରିକାରୁ ଆସିଥିବା ଖବର । ଆମେରିକାର ଫେଡେରାଲ ରିଜର୍ଭ ୨୦୨୪ ଶେଷ ସୁଦ୍ଧା ତିନିଥର ସୁଧ ହାର ହ୍ରାସ କରିବାର ଗାଇଡେନ୍ସ ବଜାୟ ରଖିଛି ।

ଫଳସ୍ୱରୂପ, କେବଳ ଏମସିଏକ୍ସ ଉପରେ ନୁହେଁ କମେକ୍ସ ରେ ମଧ୍ୟ ସୁନା ହାର ନୂଆ ରେକର୍ଡରେ ପହଞ୍ଚିଛି । ଏମସିଏକ୍ସରେ ସୁନା ମୂଲ୍ୟ ପ୍ରାୟ ୯୭୯ ଟଙ୍କା ବୃଦ୍ଧିି ସହିତ ଏକ ନୂତନ ରେକର୍ଡରେ କାରବାର କରୁଛି । ଏଥିସହିତ ୧୦ ଗ୍ରାମ ସୁନା ମୂଲ୍ୟ ୬୬୭୦୧ ଟଙ୍କାରେ ପହଞ୍ଚିଛି । ପ୍ରାରମ୍ଭିକ କାରବାରରେ ମୂଲ୍ୟ ୬୬୭୭୮ ଟଙ୍କା ମଧ୍ୟ ପହଞ୍ଚିଛି, ଯାହା ଆଜି ପର୍ଯ୍ୟନ୍ତ ସବୁଠାରୁ ମହଙ୍ଗା ରେଟ୍ ।

ସୁନା ବ୍ୟତୀତ ଗୁରୁବାର ଦିନ ରୂପା ମୂଲ୍ୟ ମଧ୍ୟ ୧୧୩୦ ଟଙ୍କାକୁ ବୃଦ୍ଧି ପାଇଛି । ୧୦୦୦ ରୁ ଅଧିକ ବୃଦ୍ଧି ସହିତ ରୂପା କିଲୋଗ୍ରାମରେ ୭୬୪୪୫ ଟଙ୍କାରେ କାରବାର କରୁଛି । ପ୍ରାରମ୍ଭିକ ବାଣିଜ୍ୟରେ ଏହାର ମୂଲ୍ୟ ୭୮୩୨୩ ଟଙ୍କାରେ ପହଞ୍ଚିଛି । ରୂପାର ଅଲକ ଟାଇମ୍ ହାଇ ଲେବଲ ହେଉଛି କିଲୋଗ୍ରାମ ପିଛା ୭୯୫୬୬ ଟଙ୍କା ।

କମେକ୍ସ ରେ ପରିସ୍ଥିତି କ’ଣ?

କମେକ୍ସ ରେ ସୁନା ଏବଂ ରୂପା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି । କମେକ୍ସରେ ସୁନା ଅନ୍ସ ଉପରେ ୨୨୦୦ ଡଲାରରୁ ଅଧିକ କାରବାର କରୁଥିଲା, ଯାହା ପ୍ରାରମ୍ଭିକ କାରବାରରେ ୨୨୨୪ ଡଲାରରେ ପହଞ୍ଚିଥିଲା । ଏହି ସୁନା ହାର ଅଲ୍ ଟାଇମ୍ ହାଇରେ ରହିଛି । ସିଲଭର ୩% ବୃଦ୍ଧିି ସହିତ ରେକର୍ଡ ହାଇରେ ପହଞ୍ଚିଛି ।

Get real time updates directly on you device, subscribe now.