ପୁଣି ବଢ଼ିଲା ସୁନା ଦର: ଜାଣନ୍ତୁ ୧୦ ଗ୍ରାମ ପିଛା କେତେ ରେଟ୍

ଭୁବନେଶ୍ୱର : ସୁନା ଏବଂ ରୂପା କିଣିବା ପୂର୍ବରୁ, ଆପଣଙ୍କୁ ଆଜିର ମୂଲ୍ୟ ବିଷୟରେ ଜାଣିବା ଉଚିତ। ଯଦି ଆପଣ ସୁନା-ରୂପା କିଣିବାକୁ ଚାହୁଁଛନ୍ତି କିମ୍ବା ସୁନାରେ ନିବେଶ କରିବାକୁ ଚାହୁଁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ତେବେ ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରେଟ୍।

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୮୦,୪୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୮୭,୭୧୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୫୦୦ ଓ ୫୫୦ ଟଙ୍କା ବୃଦ୍ଧି ପାଇଛି।

ସେହିପରି ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୮୦,୫୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୮୭,୮୬୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୫୦୦ ଓ ୫୫୦ ଟଙ୍କା ବୃଦ୍ଧି ପାଇଛି।

ମାୟା ନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୮୦,୪୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୮୭,୭୧୦ ଟଙ୍କା ରହିଛି । ୨୨ ଓ ୨୪ କ୍ୟାରେଟ୍ ରେ ୫୦୦ ଓ ୫୫୦ ଟଙ୍କା ବଢିଛି।

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୮୦,୪୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୮୭,୭୧୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୫୦୦ ଓ ୫୫୦ ଟଙ୍କା ବୃଦ୍ଧି ହୋଇଛି।

ଅନ୍ୟପଟେ, ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୮୦,୪୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୮୭,୭୧୦ ଟଙ୍କା ରହିଛି। ଏବଂ ୧୮ କ୍ୟାରେଟ୍ ର ଦାମ୍ ୬୫,୭୮୦ ଟଙ୍କା ରହିଛି। ୨୨ ଓ ୨୪ ଓ ୧୮ କ୍ୟାରେଟ୍ ରେ ୫୦୦,୫୫୦ ଓ ୪୦୦ ଟଙ୍କା ବଢିଛି।

୨୪ କ୍ୟାରେଟ୍ ସୁନା ୯୯.୯ ପ୍ରତିଶତ ଶୁଦ୍ଧ ଏବଂ ୨୨ କ୍ୟାରେଟ୍ ପ୍ରାୟ ୯୧ ପ୍ରତିଶତ ଶୁଦ୍ଧ। ୨୨ କ୍ୟାରେଟ୍ ସୁନାରେ ୯% ଅନ୍ୟାନ୍ୟ ଧାତୁ ଯେପରିକି ତମ୍ବା, ରୂପା, ଦସ୍ତା ମିଶ୍ରଣ କରି ଅଳଙ୍କାର ତିଆରି କରାଯାଏ।