fbpx

ଖୁସି ଖବର: ଆସନ୍ତା ମାସରେ ଉପଲବ୍ଧ ହେବ ସିଙ୍ଗଲ୍ ଡୋଜ୍ ଟିକା, ଜାଣନ୍ତୁ କେତେ ରହିଛି ମୂଲ୍ୟ

ନୂଆଦିଲ୍ଲୀ: ଜନସନ ଆଣ୍ଡ ଜନସନ୍ ପରେ ଭାରତ ସରକାର ସ୍ପୁଟନିକ ଲାଇଟକୁ ଦେଶରେ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେବା ନେଇ ଜଣାପଡ଼ିଛି । ଆସନ୍ତା ମାସରୁ ଦେଶରେ ଏହାର ବିତରଣ କରାଯିବ ବୋଲି ରିପୋର୍ଟ ପ୍ରକାଶ ପାଇଛି । ବଡ଼ କଥା ହେଉଛି ସ୍ପୁଟନିକ ଲାଇଟ୍ ମଧ୍ୟ ସିଙ୍ଗଲ ଡୋଜ୍ ବିଶିଷ୍ଟ ଟିକା । ଏଥିରେ ଦୁଇଟି ଡୋଜ୍ ନେବା ବଦଳରେ କେବଳ ଗୋଟିଏ ଡୋଜ୍ ଟିକା ନେଇପାରିବେ । ସ୍ପୁଟନିକ ଲାଇଟ୍ ମୂଲ୍ୟ ପ୍ରାରମ୍ଭିକ ଭାବରେ ୭୫୦ ଟଙ୍କା ରଖାଯାଇଛି ।

ସୂଚନା ଅନୁଯାୟୀ, ଋଷରେ ଏହାକୁ ଜରୁରୀକାଳୀନ ମଞ୍ଜୁରି ମିଳିଥିଲା । ଆଉ ଏବେ ଖୁବ୍ ଶୀଘ୍ର ଭାରତରେ ଦିଆଯିବା ନେଇ ଆଶଙ୍କା ପ୍ରକାଶ ପାଇଛି । ଦେଶରେ ଏବେ ଟିକାକରଣ କୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ଟିକାକରଣ ଅଭିଯାନରେ ଏହା ସହାୟକ ହେବ । ତେବେ ଏହି ସିଙ୍ଗଲ୍ ଡୋଜ୍ ଟିକାକୁ ରୁଷିଆନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ ସହ ମିଶି ଗାମେଲିୟା ଇନିଷ୍ଟିଚ୍ୟୁଟ ତିଆରି କରିଛି ।

ପୂର୍ବରୁ ଗାମେଲିୟା ସ୍ପୁଟନିକ-ଭି କରୋନା ଟିକା ତିଆରି କରିଥିଲା । ଏହା ଭାରତରେ ମଧ୍ୟ ବ୍ୟବହାର କରାଯାଉଛି । ବିଶେଷଜ୍ଞଙ୍କ କହିବା ମୁତାବକ, ଏହି ସିଙ୍ଗଲ୍ ଡୋଜ୍ ବିଶିଷ୍ଟ ଟିକା ୮୦ ପ୍ରତିଶତ ପ୍ରଭାବଶାଳୀ । ଟିକା ନେବାର ୨୮ ଦିନ ପରେ ଏହାର ପ୍ରଭାବ ଜଣେ ବ୍ୟକ୍ତିଙ୍କ ଶରୀରରେ ଦେଖିବାକୁ ମିଳୁଥିବା ଟ୍ରାଏଲରୁ ସ୍ପଷ୍ଟ ହୋଇଛି । ଏହାକୁ ଆଧାର କରି ଭାରତ ସରକାର ସ୍ପୁଟନିକ ଲାଇଟର ବ୍ୟବହାର ପାଇଁ ଅନୁମତି ଦେଇପାରନ୍ତି ।

Get real time updates directly on you device, subscribe now.