fbpx

ପ୍ରତି ଘଣ୍ଟାରେ ୪୫ କୋଟି ଟଙ୍କା ରୋଜଗାର କରୁଛନ୍ତି ଗୌତମ ଅଦାନୀ, ୧ ବର୍ଷରେ ଦୁଇଗୁଣା ହେଲା ସଂପତ୍ତି

Advertisement

ନୂଆଦିଲ୍ଲୀ: ଅଦାନୀ ଗ୍ରୁପର ଚେୟାରମ୍ୟାନ ଗୌତମ ଅଦାନିଙ୍କ ପାଇଁ ଗତ ବର୍ଷ ବହୁତ ଭଲ ଥିଲା । ହିଡନବର୍ଗ ରିପୋର୍ଟର ଝଟକା ପାଇଥିବା ଅଦାନୀ ଗ୍ରୁପର କମ୍ପାନୀମାନ ଜବରଦସ୍ତ ପ୍ରଦର୍ଶନ କରିଛି । ଏହି ପରିବର୍ତ୍ତନରେ ଗୌତମ ଅଦାନୀଙ୍କ ସଂପତ୍ତି ବଢିବା ଦେଖିବାକୁ ମିଳିଛି । ଏକ ବର୍ଷ ପୂର୍ବେ ଗୌତମ ଅଦାନୀଙ୍କ ନେଟୱର୍ଥ ୫୮.୨ ବିଲିୟନ ଡଲାର ଥିଲା, ଯାହା ବର୍ତ୍ତମାନ ୧୦୬ ବିଲିୟନ ଡଲାର ହୋଇଯାଇଛି । ସେ ପ୍ରତି ଘଣ୍ଟାରେ ପ୍ରାୟ ୪୫ କୋଟି ଟଙ୍କା ରୋଜଗାର କରୁଛନ୍ତି ।

ଗତ ବର୍ଷ ଅଦାନୀ ଗ୍ରୁପ ଭଲ ପ୍ରଦର୍ଶନ କରିଛି । କମ୍ପାନୀମାନଙ୍କ ସେୟାର ବଢିବା ସହ ଗୌତମ ଅଦାନୀଙ୍କ ଭାଲ୍ୟୁଏସନ ମଧ୍ୟ ବଢିଯାଇଛି । ଗୌତମ ଅଦାନୀଙ୍କ ୬୧ତମ ଜନ୍ମଦିନ ପର୍ଯ୍ୟନ୍ତ ତାଙ୍କ ସଂପତ୍ତିରେ ୮୨ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି । ହିଣ୍ଡେନବର୍ଗ ରିସର୍ଚ ରିପୋର୍ଟ ଆସିବା ପରେ ଗୌତମ ଅଦାନୀଙ୍କ ସମୁଦାୟ ସଂପତ୍ତି ୪୦ ବିଲିୟନ ଡଲାର ତଳକୁ ଥିଲା । ଏହାପରେ ତାଙ୍କ ସଂପତ୍ତି ଲଗାତାର ବଢିଛି । ଚଳିତ ବର୍ଷ ଗୌତମ ଅଦାନୀଙ୍କ ସଂପତ୍ତିରେ ପାଖାପାଖି ୨୫ ପ୍ରତିଶତ ବଢିଛି ।

Get real time updates directly on you device, subscribe now.