ସରକାର ବନ୍ଦ କଲେ ୧୮ଟି OTT App, ଅଶ୍ଳୀଳ କଣ୍ଟେଣ୍ଟ ଦେଖାଉଥିବା ଆପ୍ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ସରକାର ଅଶ୍ଳୀଳ କଣ୍ଟେଣ୍ଟ ଦେଖାଉଥିବା ଓଟିଟି ପ୍ଲାଟଫର୍ମ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ କିଛି ଦିନ ପୂର୍ବରୁ ହିଁ ଏଭଳି ଅନେକ ଆପ୍ସକୁ ବ୍ୟାନ କରିଥିଲେ । ଏହି ପ୍ଲାଟଫର୍ମ ଭାରତୀୟ ଆଇନକୁ ଭାଙ୍ଗି ଅଶ୍ଳୀଳ କଣ୍ଟେଣ୍ଟ ଦେଖାଉଥିଲା । ଏହି କାର୍ଯ୍ୟନୁଷ୍ଠାନ ଅନୁସାରେ, ୧୯ଟି ୱେବସାଇଟ୍ସ, ୧୦ଟି ମୋବାଇଲ ଆପ୍ସ, ଏଥିସହ ଜଡ଼ିତ ୫୭ଟି ସୋସିଆଲ ମିଡିଆ ଆକାଉଣ୍ଟସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଯାହାପରେ ଏହି ୱେବସାଇଟ ଏବଂ ଆପ୍ସକୁ ଭାରତରେ ଆକ୍ସେସ କରାଯାଇପାରିବ ନାହିଁ ।

କେନ୍ଦ୍ରୀୟ ସୂଚନା ପ୍ରସାରଣ ରାଜ୍ୟ ମନ୍ତ୍ରୀ ଏଲ ମୁରଗନ ଗତ ମାସରେ ସମାପ୍ତ ହୋଇଥିବା ସଂସଦର ଶୀତକାଳୀନ ଅଧିବେସନରେ କହିଥିଲେ ଯେ, ସରକାରଙ୍କ ପକ୍ଷରୁ ଆଇଟି ଆକ୍ଟ ୨୦୨୧ ଅନୁଯାୟୀ, ୧୮ଟି ଓଟିଟି ପ୍ଲାଟଫର୍ମ ବ୍ଲକ୍ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହି ସମସ୍ତ ଆପ୍ସ ଅଶ୍ଳୀଳ ଏବଂ ପୋନୋଗ୍ରାଫିକ୍ କଣ୍ଟେଣ୍ଟ ଲୋକଙ୍କୁ ଦେଖାଇବାରେ ସାହାଯ୍ୟ କରୁଥିଲା ।

ଏହି ୧୮ଟି ଓଟିଟି ଆପ୍ସକୁ କରାଗଲା ବନ୍ଦ:

  • Dreams Films
  • Voovi
  • Yessma
  • Uncut Adda
  • Tri Flicks
  • X Prime
  • Neon X VIP
  • Besharams
  • Hunters
  • Rabbit
  • Xtramood
  • Nuefliks
  • MoodX
  • Mojflix
  • Hot Shots VIP
  • Fugi
  • Chikooflix
  • Prime Play