fbpx

ଦାଦାଙ୍କର ମୃତ ଦେହକୁ ଫ୍ରିଜରେ ଲୁଚାଇ ରଖିଥିଲା ନାତି, ୬ ଦିନ ପରେ ପୋଲିସ୍ ହାତରେ ଧରାପଡ଼ିଲା ଏପରି

ତେଲେଙ୍ଗାନା: ଦାଦାଙ୍କର ମୃତ ଦେହକୁ ଫ୍ରିଜରେ ଲୁଚାଇ ରଖିଥିଲା ନାତି । ମୃତ ଦେହକୁ ଫ୍ରିଜ୍ ରେ ରଖି ବିନା କୌଣସି ଚିନ୍ତାରେ ଥିଲା ନାତି । ହେଲେ ଚୋର ଘର ସବୁବେଳେ ଅନ୍ଧାର ନଥାଏ । ଏବେ ସେ ପୋଲିସ୍ ହାତରେ ଧରାପଡ଼ିଛି । ଏପରି ଅଭାବନୀୟ ଘଟଣା ସାମନାକୁ ଆସିଛି ତେଲେଙ୍ଗାନାର ବାରଙ୍ଗଲ ଜିଲ୍ଲାରୁ । ପୋଲିସ୍ ପଚାରିବାରୁ ନାତି କହିଥିଲା ଯେ, ତା ପାଖରେ ଅନ୍ତିକ ସଂସ୍କାର କରିବା ପାଇଁ ଟଙ୍କା ନଥିବାରୁ ସେ ଏପରି କରିଥିଲା । ଏବେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଯେ, ଦାଦାଙ୍କ ମୃତ୍ୟୁପରେ ନାତି ତାଙ୍କ ମୃତ ଦେହକୁ ଫ୍ରିଜ୍ ରେ ରଖିଥିଲା । ହେଲେ କିଛି ଦିନ ପରେ ତାଙ୍କ ଘର ଭିତରୁ ଦୁର୍ଗନ୍ଧ ବାହାରିବାରୁ ପଡ଼ୋଶୀ ମାନେ ପୋଲିସ୍ କୁ ସୂଚନା ଦେଇଥିଲେ । ଏହାପରେ ପୋଲିସ୍ ତାଙ୍କ ଘର ଖୋଜାଖୋଜି କରିଥିଲେ । ଏହି ସମୟରେ ଫ୍ରିଜ୍ ଭିତରୁ ଦାଦାଙ୍କର ମୃତ ଦେହ ବାହାରିଥିଲା । ପୋଲିସ୍ ନାତିକୁ ଏସମ୍ପର୍କରେ ପଚରାଉଚରା କରିଥିଲା । ସେ କହିଥିଲା ଯେ, ତାଙ୍କ ଦାଦା ଅସୁସ୍ଥ ଥିବାରୁ ଶେଯରେ ପଡ଼ିରହୁଥିଲେ । ଏହିପରି ଭାବରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ଏହାପରେ ସେ ଅନ୍ତିକ ସଂସ୍କାର ନକରି ଚାଦରରେ ଗୁଡ଼ାଇ ଶବକୁ ଫ୍ରିଜ୍ ରେ ରଖିଥିଲା । ସେ ଏପରି ଏଥିପାଇଁ କରିଥିଲା କାରଣ ତା ପାଖରେ ଅନ୍ତିମ ସଂସ୍କାର କରିବାକୁ ଟଙ୍କା ନଥିଲା । ତେବେ ପୋଲିସ୍ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ବୃଦ୍ଧ ଦାଦାଙ୍କ ବୟସ ୯୨ ରୁ ୯୫ ମଧ୍ୟରେ ହେବ । ପୋଲିସ୍ ଏବେ ଏହି ମାମଲାର ସବୁ ଦିଗକୁ ଆଧାର କରି ଯାଞ୍ଚ ଚଳାଇଛି । ତେବେ ଦାଦାଙ୍କ ମୃତ୍ୟୁ ୬ ଦିନ ପୂର୍ବରୁ ହୋଇସାରିଥିଲା । ଏବେ ନାତିକୁ ପୋଲିସ୍ ହେପାଜତକୁ ନେଇ ମାମଲାର ଛାନଭିନ୍ ଚଳାଇଛି ।

Get real time updates directly on you device, subscribe now.