fbpx

ମଦ ନିଶାରେ ଚୁର ଜ୍ୱାଇଁ: ସ୍ତ୍ରୀ ବଦଳରେ ଶାଶୁ ବେକରେ ପକାଇଲା ବରଣମାଳ, ଦେଖନ୍ତୁ Video

Advertisement

ନୂଆଦିଲ୍ଳୀ: ନିଶାରେ ମଣି କିଛି ବି ଭୁଲ କରିପକାଏ । ନିକଟରେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ବେଶ ଭାଇରାଲ ହୋଇଛି । ଏକ ବାହାଘରରେ ନିଶାରେ ଚୁୁର ଜ୍ୱାଇଁ ଶାଶୁ ବେକରେ ପକାଇଛି ବରଣମାଳ । ଆଉ ତା’ପରେ କଣ ହେଉଛି ଦେଖିଲେ ଆପଣ ବି ହସି ହସି ଗଡିଯିବେ । ବର କନ୍ୟା ବେକରେ ଫୁଲ ମାଳ ନ ଦେଇ ଅନ୍ୟ ଜଣେ ସ୍ତ୍ରୀ ଲୋକ ବେକରେ କଣ ପକାଇଲା ।  ମଦ ପିଇ ଲୋକେ ଗାଡି ଚଲାଉଥିବା ଆପଣ ଶୁଣିଥିବେ । ହେଲେ ଏଠି ବର ନିଜେ ମଦ ପିଇ ବାହା ହେଉଛି । ଏହି ଭିଡିଓରେ ବିବାହ ମଣ୍ଡପ ଉପରେ ବର ଛିଡା ହୋଇଛି । ହାତରେ ବରଣମାଳା ବି ଧରିଛି । ହେଲେ କନ୍ୟା ବେକରେ କଣ ପକାଇବ କନ୍ୟାର ମା ବେକରେ ପକାଇ ଦେଉଛି ।

ଯାହାକୁ ଦେଖି ପାଖରେ ଥିବା ସବୁ ଅତିଥି ଆଶ୍ଚର୍ଯ୍ୟ । ଆଉ ଏ ସବୁ ଦେଖିବା ପରେ ସେମାନେ ବରକୁ ରୋକିବାକୁ ଚେଷ୍ଟା କରୁଛନ୍ତି । ତଥାପି ବର କଣ ମାନୁଛି । ତଳେ ପଡି ଯାଉଚି । ପୁଣି ତାକୁ ଉଠଉଛନ୍ତି । କନ୍ୟା ବେକରେ ସେ ଠିକ ଭାବରେ ସାମାନ୍ୟ ମାଳଟିଏ ବି ପକାଇ ପାରୁନି । କ୍ୟାପସନ ଦିଆଯାଇ ଭିଡିଓରେ ଲେଖାଯାଇଛି ଏ ବର କାହାର । ୟୁଜର ଏହି ଭିଡିଓ ଦେଖିବା ପରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ବି ଦେଉଛନ୍ତି । କିଏ ଖୁସିରେ ମଦ ପିଇଥିବା କହୁଥିବା ବେଳେ କାଇଁ ଏତ ପିଉଛ ଭାଇ ବୋଲି କମେଣ୍ଟ କରିଛନ୍ତି ।

 

View this post on Instagram

 

A post shared by ? CHUTIYAPA 3M ? (@_.chutiyapa._)

Get real time updates directly on you device, subscribe now.