fbpx

ଓଡିଶା ଲିଙ୍କ୍ ରେ ଗୁଡ୍ଡୁ ମୁସଲିମ୍ ! ପୁରୀରୁ ମିଳିଛି ଶେଷ ଲୋକେସନ୍ , ଭୂଆଁ ଭୁଲାଉଥିବା ସନ୍ଦେହ

Advertisement

ପୁରୀ : କୁଖ୍ୟାତ ଅବରାଧୀ ଗୁଡ୍ଡୁ ମୁସଲିମ୍ ପୁରୀରେ ଲୁଚିଥିଲା । ଉମେଶ ପାଲ ହତ୍ୟାକାଣ୍ଡରେ ଅତିକର ସହଯୋଗୀ ଗୁଡ୍ଡୁ ମୁସଲିମ୍ ଶେଷ ଲୋକେସନ୍ ପୁରୀରୁ ମିଳିଛି । ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ଖବର ଅନୁଯାୟୀ ଗୁଡ୍ଡୁର ଶେଷ ଲୋକେସନ୍ ପୁରୀରେ ଥିଲା । ତେବେ ଏସଟିଏଫ୍ ପୁରୀରେ ପହଞ୍ଚିବା ବେଳେ ଗୁଡ୍ଡୁ ସେଠାରୁ ଚମ୍ପଟ ମାରିଥିଲା । ଅତିକର ପୁଅ ଏନକାଉଣ୍ଟର ପରେ ଗୁଡ୍ଡୁ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଥିଲା । ୟୁପି ପୋଲିସ ଖୋଜାଖୋଜା ଜାରି ରଖିଛି ।

ସୂଚନାଯୋଗ୍ୟ, ଉମେଶ ପାଲ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅତିକର ସହଯୋଗୀ ଥିଲା ଗୁଡ୍ଡୁ ମୁସଲିମ୍ ।ଗୁଡ୍ଡୁ ବୋମା ଭିଡିବା ସହ ବୋମା ଫୁଟାଇବାରେ ମାହିର ଥିଲା । ହତ୍ୟାକାଣ୍ଡ ଦିନଚ ମଧ୍ୟ ଗୁଡ୍ଡୁ ବୋମା ବିସ୍ଫୋରଣ କରିଥିଲା । ଯାହା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିଲା । ସ୍ପଷ୍ଟ ଭାବେ ଦେଖିବାକୁ ମିଳିଥିଲା ଗୁଡ୍ଡୁ ମୁସଲିମ୍ କୁ । ଏହି ହତ୍ୟାକାଣ୍ଡରେ ସାମିଲ ଥିବା ଗୋଟିଏ ଗୋଟିଏ ଅଭିଯୁକ୍ତଙ୍କ ମୃତ୍ୟୁ ଓ ଏନକାଉଣ୍ଟର ହେବାଲେ ଳାଗିଛି । ହତ୍ୟାକାଣ୍ଡରେ ସାମିଲ ଥିବା ୯ ଜଣଙ୍କ ମଧ୍ୟରୁ ୬ ଜଣଙ୍କ ମୃ୍‌ତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଫେରାର ଅଛନ୍ତି । ସେମାନଙ୍କ ମଧ୍ୟରେ ରହିଛି ଗୁଡ୍ଡୁ ମୁସଲିମ୍ । ଅତିକର ପୁଅ ଅସଦ୍ ର ଏନକାଉଣ୍ଟର ପରେ ଗୁଡ୍ଡୁ ମୁସଲିମ୍ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଥିଲା । ତେବେ ପୁରୀରୁ ତାର ଶେଷ ଲୋକେସନ୍ ମିଳିଥିବା ବେଳେ ଗୁଡ୍ଡୁ ଏବେ ବି ଫେରର ଅଛି । ୟୁପି ପୋଲିସ ପହଞ୍ଚି ସର୍ଚ୍ଚ ଅପରେଶନ୍ ଜାରି ରଖିଛି ।

ତେବେ ପୋଲିସକୁ ଭୂଆଁ ବୁଲାଉଥିବା ନେଇ ସନ୍ଦେହ କରାଯାଇଛି । ସତରେ ଗୁଡ୍ଡୁ ମୁସଲିମ୍ ଓଡିଶା ଆସିଛନ୍ତି ନା ଅନ୍ୟ କାହା ହାତରେ ଫୋନ୍ ଦେଇ ପୋଲିସକୁ ଭୂଆଁ ବୁଲାଉଛି ତାହାକୁ ନେଇ ଏବେ ସନ୍ଦେହ ବଢିଛି ।

Get real time updates directly on you device, subscribe now.