fbpx

ସମ୍ପତି ପାଇଁ ଗୁଳିକାଣ୍ଡ, ଜଣେ ଗୁରୁତର

ରାଉରକେଲା : ଅନ୍ଧ କରିଦେଉଛି ସମ୍ପତ୍ତି ଲୋଭ, ଟଙ୍କାର ଲୋଭ ଏତେ ମାତ୍ରାରେ ବଢିଯାଉଛି ଯେ, କିଏ ସ୍ୱାମୀକୁ ମାରିଦେଉଛି ତ କିଏ ରକ୍ତର ଭାଇକୁ ମାରିଦେଉଛି । ଜମିବାଡିକୁ ନେଇ କେହି କାହାର ଜୀବନ ନେବାକୁ ପଛାଉ ନାହନ୍ତି । ଏଭଳି ଏକ ଘଟଣା ରାଉରକେଲା ସହରର ଝିରିପାଣିରେ ଘଟିଛି । ଜମିବାଡି ବିବାଦ ପାଇଁ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି ।

ସୂଚନା ଅନୁଯାୟୀ, ଜମି ବିବାଦ ପାଇଁ ଜଣେ ବ୍ୟକ୍ତି ଅନ୍ୟଜଣଙ୍କୁ ଗୁଳି କରିଛନ୍ତି । ଘଟଣା ସ୍ଥଳରେ ଦୁର୍ବୃତ୍ତ ଜଣକ ଗୁଳିମାରି ପଳାୟନ କରିଛି । ଗୁଳିମାଡ଼ ପରେ ଯୁବକ ଜଣଙ୍କୁ ହସପିଟାଲ ନିଆଯାଇଛି । ସେଠାରେ ସ୍ଥାନୀୟ ଲୋକେ ଗୁରୁତ ଯୁବକଙ୍କୁ ରାଉରକେଲା ସ୍ଥିତ ଇସପାତ ଜେନେରାଲ ହସପିଟାଲକୁ ନେଇଯାଇଥିଲେ ।

ଘଟଣା ସ୍ଥଳରେ ପୋଲିସ ପହଁଚିଥିଲା ତେବେ ସେଠାରେ ଆସାମୀ ଜଣକ ପଳାୟନ କରିଥିବାରୁ ଏପର୍ଯ୍ୟନ୍ତ ପୋଲିସ ହାତ ଖାଲି ରହିଛି । ତେବେ ଅଧିକ ସୂଚନା ପାଇଁ ପୋଲିସ ତଦନ୍ତ ଜାରୀ ରହିଛି ।

Get real time updates directly on you device, subscribe now.