fbpx

ସକାଳୁ ପିଅନ୍ତୁ ଧନିଆ ପାଣି, ଶରୀରକୁ ହେବ ଏହି ୫ ଫାଇଦା

Advertisement

ସାଧାରଣତଃ ଧନିଆ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତି ତଥା ରୋଷେଇରେ ବ୍ୟବହାର କରାଯାଇଥାଏ । ଧନିଆ ପାଉଡର ରୋଷେଇର ଏପରି ଏକ ଉପାଦାନ ଯାହା ଅଧିକାଂଶ ଜିନିଷରେ ବ୍ୟବହୃତ ହୁଏ  । ଧନିଆ ପତ୍ରକୁ ଖାଇବାରେ ବ୍ୟବହାର କରିବା ସହ ଖାଦ୍ୟକୁ ସଜାଇବାରେ ମଧ୍ୟ ବ୍ୟବହାର କରାଯାଇଥାଏ । ତେବେ ଧନିଆ ପାଣି ମଧ୍ୟ ସ୍ୱାସ୍ଥ୍ୟ ପ୍ରତି ଲାଭଦାୟକ ହୋଇଥାଏ । ଆଜି ଆମେ ଆପଣଙ୍କୁ ଧନିଆ ପାଣି ପିଇବାର ଉପକାର ବିଷୟରେ କହିବାକୁ ଯାଉଛୁ ।

ଏହିପରି ଭାବେ ପ୍ରସ୍ତୁତ କରନ୍ତୁ ଧନିଆ ପାଣି:

ଧନିଆ ପାଣି ତିଆରି କରିବା ପାଇଁ, ଆପଣ ଏକ ଚାମଚ ଗୋଟା ଧନିଆ ଅର୍ଥାତ୍ ଧନିଆ ମଞ୍ଜି ନିଅନ୍ତୁ ଏବଂ ତାଙ୍କୁ ଧୋଇଦିଅନ୍ତୁ । ତା’ପରେ ଏକ କପ୍ ପାଣିରେ ରାତିସାରା ଭିଜାଇ ରଖନ୍ତୁ  । ସକାଳେ ଏହି ଜଳକୁ ଛାଣନ୍ତୁ ଏବଂ ଏହାକୁ ସେବନ କରନ୍ତୁ । ଯଦି ଏହାକୁ ଖାଲି ପେଟରେ ଖାଆନ୍ତି ତେବେ ଏହା ଅଧିକ ଲାଭଦାୟକ ହୋଇପାରେ  । ପାଣି ଛାଣିବା ପରେ ଆପଣ ଧନିଆକୁ ଶୁଖାଇ ଏହାର ପାଉଡର କରିପାରିବେ ଯାହାକୁ ରୋଷେଇରେ ମଧ୍ୟ ବ୍ୟବହାର କରାଯାଇପାରିବ ।

ଧନିଆ ପାଣି ପିଇବାର ଉପକାର:

୧. ଧନିଆ ପାଣି ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୁଏ  ।

୨. ପାଚନ ପ୍ରକ୍ରିୟାକୁ ସୁସ୍ଥ ରଖିବାରେ ଧନିଆ ଜଳ ମଧ୍ୟ ଏକ ବିଶେଷ ଭୂମିକା ଗ୍ରହଣ କରିଥାଏ  ।  ଏହା ପାଚନ ପ୍ରକ୍ରିିୟା ସହ ଜଡ଼ିତ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ ।

୩.ଧନିଆ ଜଳ ଶରୀରକୁ ଡିଟକ୍ସିଫାଇ କରିବାରେ ସାହାଯ୍ୟ କରେ  । ଏହାକୁ ପିଇବା ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାରିଥାଏ  । ଏହି କାରଣରୁ ସଂକ୍ରମଣ ହେବାର ଆଶଙ୍କା କମିଯାଏ  ।

୪. ଧନିଆ ପାଣି କେଶକୁ ମଜବୁତ କରିଥାଏ, ଯେଉଁ କାରଣରୁ କେଶ ଝଡିବା ମଧ୍ୟ କମ ହୋଇଥାଏ । ଧନିଆ ମଞ୍ଜିରେ ଭିଟାମିନ୍-କେ, ସି ଏବଂ ଏ ପ୍ରଚୁର ପରିମାଣରେ ମିଳିଥାଏ  । ଯାହା କେଶକୁ ଶକ୍ତିଶାଳୀ କରିବାରେ ସାହାଯ୍ୟ କରିଥାଏ  ।

୫. ଧନିଆ ପାଣି ପିଇବା ଦ୍ୱାରା ଧୀରେ ଧୀରେ ମୁହଁରେ ଥିବା ଦାଗ ଦୂର ହୋଇଯାଏ  । ଧନିଆର ଆଣ୍ଟି-ଫଙ୍ଗଲ୍ ଏବଂ ଆଣ୍ଟି-ବ୍ୟାକ୍ଟେରିଆଲ୍ ଗୁଣ ରହିଛି । ଯାହା ଚର୍ମକୁ ସଫା ଏବଂ ଚମକାଇବାରେ ସାହାଯ୍ୟ କରେ  ।

Get real time updates directly on you device, subscribe now.