fbpx

ଉତ୍ତରକାଶୀ ସୁଡ଼ଙ୍ଗରୁ ଆସିଲା ବଡ଼ ଖବର: ହଠାତ୍ ୩ ଜଣ ଶ୍ରମିକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କାହାର ମୁଣ୍ଡବ୍ୟଥା ତ କାହାର ବାନ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉତ୍ତରାଖଣ୍ଡର ଉତ୍ତରକାଶୀର ସିଲକ୍ୟାରା ସୁଡ଼ଙ୍ଗ ଭିତରେ ଫଶି ରହିଥିବା ୪୧ ଜଣ ଶ୍ରମିକମାନଙ୍କ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଜାରି ରହିଛି । ଏହା ମଧ୍ୟରେ ୧୪ ଦିନ ବିତିସାରିଥିଲେ ବି ବର୍ତ୍ତମାନ ସୁଦ୍ଧା ସେମାନଙ୍କୁ ଉଦ୍ଧାର କରାଯାଇପାରି ନାହିଁ । ଏହା ମଧ୍ୟରେ ମେଶିନ କାରଣରୁ ଉଦ୍ଧାର କାର୍ଯ୍ୟରେ ଅନେକ ଥର ବାଧା ସୃଷ୍ଟି ହୋଇଛି । ସୁଡ଼ଙ୍ଗରେ ଫଶି ରହିଥିବା ଶ୍ରମିକଙ୍କ ମଧ୍ୟରେ ଓଡ଼ିଶାରୁ ୫ ଜଣ ରହିଛନ୍ତି ।

ତେବେ ଏହା ମଧ୍ୟରେ ଉତ୍ତରାଖଣ୍ଡରୁ ଆସିଛି ଏକ ବଡ଼ ଖବର । ଉତ୍ତରକାଶୀର ସୁଡ଼ଙ୍ଗ ମଧ୍ୟରେ ଫଶି ରହିଥିବା ୩ ଜଣ ଶ୍ରମିକଙ୍କର ଅଚାନକ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯାଇଛି । ଶ୍ରମିକଙ୍କର ମୁଣ୍ଡବ୍ୟଥା, ବାନ୍ତି ହୋଇଥିବା ଜଣାପଡ଼ିଛି । କିଛି ଶ୍ରମିକ ସକାଳ ଠାରୁ କିଛି ଖାଦ୍ୟ ଖାଇ ନଥିବା ଜଣାପଡ଼ିଛି । ପରିଜନଙ୍କ ସହିତ କଥାବାର୍ତ୍ତା କରିବା ନେଇ ଶ୍ରମିକମାନେ ଭାବୁକ ହୋଇ ପଡ଼ିଛନ୍ତି । ତେବେ ପାଇପ୍ ଜରିଆରେ ଶ୍ରମିକଙ୍କ ନିକଟକୁ ଔଷଧ ପଠାଯିବା ସହିତ ୩ ଜଣ ମନୋଚିକିତ୍ସକଙ୍କୁ ମଧ୍ୟ ପଠାଯାଇଥିବା ଜଣାପଡ଼ିଛି ।

ଟନେଲ ଭିତରେ ଶ୍ରମିକମାନେ ଫଶି ରହିଥିବା ବେଳେ ବାହାରେ ଅନେକ ବିଶେଷଜ୍ଞ ଓ ରେସକ୍ୟୁ ଅପରେସନ କର୍ମଚାରୀମାନେ ସେମାନଙ୍କୁ ବାହାର କରିବା ପାଇଁ ସଂଘର୍ଷ ଜାରି ରଖିଛନ୍ତି । ତେବେ ପୁଣି ଥରେ ଡ୍ରିଲିଙ୍ଗ ମେଶିନ ବାଧା ସୃଷ୍ଟି କରିଥିଲା । ଏକ ୬ ଇଞ୍ଚ ଓସାର ପାଇପ୍ ଜରିଆରେ ଶ୍ରମିକଙ୍କ ନିକଟକୁ ସେଓ, ମୌସୁମୀ, କଦଳୀ ଆଦି ଫଳ ଓ ଆବଶ୍ୟକ ମେଡିସିନ ସାମଗ୍ରୀ ପଠାଯାଇଥିଲା । ଉତ୍ତରକାଶୀ ଜିଲ୍ଲାର ଚାରଧାମ ଯାତ୍ରା ମାର୍ଗରେ ନିର୍ମାଣଧୀନ ୪.୫ କିମି ଲମ୍ବା ସିଲକ୍ୟାରା ସୁଡ଼ଙ୍ଗରେ ଗତ ୧୨ ତାରିଖରେ ଏକ ବିସ୍ଫୋରଣ ହୋଇଥିଲା । ଫଳରେ ଶ୍ରମିକମାନେ ସୁଡ଼ଙ୍ଗ ଭିତରେ ଫଶି ଯାଇଥିଲେ ଓ ଆଉ ବାହାରି ପାରିନଥିଲେ ।

Get real time updates directly on you device, subscribe now.