fbpx

ରାଜ୍ୟବାସୀଙ୍କୁ ନୂଆବର୍ଷର ଉପହାର ଦେଲେ ତେଲେଙ୍ଗାନା ସରକାର

Advertisement

ନୂଆଦିଲ୍ଲୀ: ନୂଆବର୍ଷ ପୂର୍ବରୁ ରାଜ୍ୟବାସୀଙ୍କୁ ବଡ଼ ଉପହାର ଦେଲେ ତେଲେଙ୍ଗାନା ସରକାର । ରାଜ୍ୟରେ ଅଟୋ-କ୍ୟାବ୍ ଡ୍ରାଇଭର, ଖାଦ୍ୟ ଡେଲିଭେରୀ କର୍ମଚାରୀମାନଙ୍କ ପାଇଁ ବୀମୀ ସୁବିଧା ଯୋଗାଇ ଦେବା ନେଇ ଘୋଷଣା କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେୱନ୍ତ ରେଡ୍ଡି । ଅଟୋ-କ୍ୟାବ୍ ଡ୍ରାଇଭର, ଖାଦ୍ୟ ଡେଲିଭେରୀ କର୍ମଚାରୀମାନଙ୍କ ପାଇଁ ଦୁର୍ଘଟଣା ବୀମା ଆକାରରେ ୫ ଲକ୍ଷ ଟଙ୍କା ଏବଂ ୧୦ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ରହିଛି । ଅଣସାଂଗଠନିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।

ରାଜୀବ ଆରୋଗ୍ୟଶ୍ରୀ ଯୋଜନା ଅନ୍ତର୍ଗତ ଅଟୋ-କ୍ୟାବ୍ ଡ୍ରାଇଭର, ଖାଦ୍ୟ ଡେଲିଭେରୀ କର୍ମଚାରୀମାନଙ୍କୁ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଦିଆଯିବ । ଏହି ସୁବିଧାର ଲାଭ ଉଠାଇବା ପାଇଁ ଡିସେମ୍ବର ୨୮ରୁ ଜାନୁଆରୀ ୬ ମଧ୍ୟରେ ଅନଲାଇନ୍ କିମ୍ବା ଅଫ୍‌ଲାଇନରେ ଆବେଦନ କରିହେବ ।

Get real time updates directly on you device, subscribe now.