fbpx

ସତର୍କ କଲା ପାଣିପାଗ ବିଭାଗ: ଜାନୁଆରୀ ୯ରୁ ୧୩ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଶୀତ ସିଜିନ୍ ଚାଲିଥିବା ବେଳେ ଦେଶର କିଛି ରାଜ୍ୟରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଥଣ୍ଡା କାରଣରୁ ନିକଟରେ ଦେଶର କିଛି ରାଜ୍ୟରେ ସ୍କୁଲ ଛୁଟି ଘୋଷଣା କରାଯାଇଥିଲା । ଦିଲ୍ଲୀ, ପଞ୍ଜାବ, ଉତ୍ତରପ୍ରଦେଶ ଓ ରାଜସ୍ଥାନ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିଲା ।

ତେବେ ପ୍ରବଳ ଶୀତ ମଧ୍ୟରେ ଜନସାଧାରଣଙ୍କ ପାଇଁ ପୁଣି ଏକ ଚିନ୍ତାଜନକ ଖବର ଆସିଛି । ଏବେ ଶୀତ ଲୋକଙ୍କୁ କନ୍ଦାଉଥିବା ବେଳେ ଆଗକୁ ବର୍ଷା ଲୋକଙ୍କୁ କଲବଲ କରିପାରେ । ଆରବ ସାଗରରେ ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି । ତେଣୁ ଏହାର ପ୍ରଭାବରେ ୯ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ତେବେ ଏହି ବର୍ଷା ଓଡ଼ିଶା ପାଇଁ ନୁହେଁ । କେରଳ, ତାମିଲନାଡ଼ୁ ଓ କର୍ଣ୍ଣାଟକରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ଆଗାମୀ ୪ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି । ବର୍ଷା କାରଣରୁ ଶୀତ ବଢ଼ିବ ବୋଲି ମଧ୍ୟ କୁହାଯାଇଛି । କିଛି ସ୍ଥାନରେ ପାରଦ ହ୍ରାସ ପାଇବା ଫଳରେ ପ୍ରବଳ ଶୀତ ଅନୁଭୂତ ହେବ ବୋଲି କୁହାଯାଇଛି । ଏପରି ସ୍ଥିତିରେ ଲୋକମାନେ ସତର୍କ ହେବାର ଆବଶ୍ୟକତା ରହିଛି ।

Get real time updates directly on you device, subscribe now.