ବଡଧରଣ କାଳବୈଶାଖୀ ବର୍ଷା ସମ୍ଭାବନା:କୁଆପଥର ବର୍ଷା ଆଶଙ୍କା: ୧୧ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର:୪ ।୫(ଓଡିଶା ଭାସ୍କର):ରାଜ୍ୟର ଅଧିକାଂଶ ଜିଲ୍ଲାରେ ବଡଧରଣ କାଳବୈଶାଖୀ ବର୍ଷା ନେଇ ପୂର୍ବାନମାନ କରିଛି ଆଂଚଳିକ ପାଣିପାଗ ବିଭାଗ । ବିଜୁଳି ଓ ଘଡଘଡି ସହ ବର୍ଷା ଏବଂ କେତେକ ସ୍ଥାନରେ କୁଆପଥର ବର୍ଷା ହୋଇପାରେ । ପବନର ବେଗ ଘଂଟା ପ୍ରତି ୫୦ରୁ ୬୦ କିଲୋମିଟର ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।ବାଲେଶ୍ୱର, କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ, ଦେବଗଡ, ସମ୍ବଲପୁର, ଅନୁଗୁଳ, ଯାଜପୁର, ରାୟଗଡା, ଗଜପତି ଓ କନ୍ଧମାଳ ଜିଲ୍ଲାରେ ଏହାର ପ୍ରଭାବ ଦେଖାଯିବ । ଏସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ ରାଜ୍ୟରେ କାଳବୈଶାଖୀର ବର୍ଷା ଜାରି ରହିଛି । ଆଗାମୀ ୪ଦିନ ପର୍ଯ୍ୟନ୍ତ ଏହାର ପ୍ରଭାବ ଅନୁଭୂତ ହେବ । ୬ ତାରିଖରେ ମଧ୍ୟ ରାଜ୍ୟର ୯ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବ । ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।