fbpx

ଗାଁରେ ମିଳୁନାହିଁ ଜଳ, ପାଠପଢ଼ା ବନ୍ଦ କରି ୨ କିମି ଚାଲିଚାଲି ୪୦ ଫୁଟ ଗଭୀର କୂଅରୁ ପାଣି ଆଣୁଛନ୍ତି ଛାତ୍ରଛାତ୍ରୀ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ବର୍ତ୍ତମାନ ଗରମ ଦିନ ଆସିଯାଇଥିବା ବେଳେ ଦେଶର ଅନେକ ସ୍ଥାନରେ ଏବେ ଆରମ୍ଭ ହୋଇଯାଇଛି ଜଳସଙ୍କଟ । ତେବେ ଏପରି ସ୍ଥିତିରେ ମହାରାଷ୍ଟ୍ରର ନାସିକରୁ ଏକ ଭୟଙ୍କର ଜଳ ସଙ୍କଟ ଖବର ଆସିଛି । ମହିଳାମାନେ ୪୦ ଫୁଟ ଗଭୀର ବିଶିଷ୍ଟ କୂଅରୁ ଜୀବନକୁ ବାଜିରେ ଲଗାଇ ପିଇବା ପାଣି ସଂଗ୍ରହ କରୁଛନ୍ତି । ମହିଳାମାନେ ରଶି, ବଡ଼ ଦଣ୍ଡା ସାହାଯ୍ୟରେ କୂଅ ଭିତରକୁ ପଶି ପାଣି ଆଣୁଛନ୍ତି । ଏନେଇ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଛି ।

ଏନେଇ ନିଜର ଦୁଃଖ ବିଷୟରେ ଜଣେ ମହିଳା କହିଛନ୍ତି ଯେ, ଆମେ ଜଳ ପାଇଁ ୨ କିମି ଦୂରରେ ଥିବା କୂଅ ନିକଟକୁ ଯାଉଛୁ । ଆମ ଅଞ୍ଚଳରେ ଜଳର ଘୋର ସଙ୍କଟ । ସେହିପରି କେବଳ ପାଣି ମୁନ୍ଦିଏ ଆଣିବା ପାଇଁ ୧୦ମ କ୍ଲାସର ପାଠ ଛାଡ଼ିବାକୁ ପଡ଼ୁଥିବା ଜଣେ ଯୁବତୀ କହିଛନ୍ତି । କିଛି ଗ୍ରାମରେ ପାଣି ନଥିବାରୁ ଯୁବତୀମାନେ ବହୁ ଦୂରକୁ ଯାଇ ପାଣି ଆଣିଥାନ୍ତି । ଫଳରେ ଅନେକ ସମୟରେ ଛାତ୍ରଛାତ୍ରୀ କ୍ଲାସ ପରୀକ୍ଷାରୁ ମଧ୍ୟ ବଞ୍ଚିତ ହେଉଥିବା ଜଣାପଡ଼ିଛି ।

ଏନେଇ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଚଳିତ ଥର ଜଳ ସଙ୍କଟ କମ୍ ରହିଛି । ଗତ ବର୍ଷ ଏହାଠାରୁ ଅଧିକ ଭୟଙ୍କର ଜଳସଙ୍କଟ ଦେଖାଦେଇଥିଲା । ଜଳ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରାଯାଇଛି । କଲେକ୍ଟରଙ୍କ ଅଫିସର ରିପୋର୍ଟ ମୁତାବକ ଆମେ ପିଇବା ପାଣି ଅଲଗା ରଖୁଛୁ । ଆସନ୍ତା ଜୁନ ମାସ ପର୍ଯ୍ୟନ୍ତ ଜଳ ସଙ୍କଟ ରହିବ ନାହିଁ ।

Get real time updates directly on you device, subscribe now.