fbpx

ହିମାଚଳ ପ୍ରଦେଶ ଉପ ନିର୍ବାଚନ ଫଳାଫଳ ଘୋଷଣା; ଦେହରାରୁ ଜିତିଲେ କମଲେଶ ଠାକୁର

ଶିମଲା: ହିମାଚଳ ପ୍ରଦେଶରେ ୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ସୁଖବିନ୍ଦର ସୁଖୁଙ୍କ ପତ୍ନୀ ତଥା ଇଣ୍ଡିଆ ବ୍ଲକ(କଂଗ୍ରେସ)ର ପ୍ରାର୍ଥୀ କମଲେଶ ଠାକୁର ବିଜୟୀ ହୋଇଛନ୍ତି । ସେ ତାଙ୍କ ରାଜନୀତି ଡେବ୍ୟୁରେ ସଫଳ ହୋଇଥିବାରୁ ବେଶ ଖୁସି ଅଛନ୍ତି ।

ଜୁଲାଇ ୧୦ରେ ଦେହରା, ନାଲାଗଡ଼ ଓ ହମୀରପୁର ଆସନ ପାଇଁ ମତଦାନ ହୋଇଥିଲା । ସେହିପରି ହମୀରପୁର ଆସନରୁ ବିଜେପି ପ୍ରାର୍ଥୀ ଆଶୀଷ ଶର୍ମା ଏବଂ ନାଲାଗଡ଼ ଆସନରୁ କଂଗ୍ରେସ ପ୍ରାଥୀ ହରଦୀପ ସିଂହ ବାବା ବିଜୟ ଲାଭ କରିଛନ୍ତି । କହିରଖୁଛୁ ଦେହରା ଆସନ ପାଇଁ କଂଗ୍ରେସର କମଲେଶ ଏବଂ ବିିଜେପିର ହୋଶିୟାର ସିଂହଙ୍କ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା । ସେହିପରି ହମୀରପୁର ଆସନ ପାଇଁ ବିଜେପିର ଆଶିଷ ଶର୍ମା ଏବଂ କଂଗ୍ରେସର ପୁଷ୍ପିନ୍ଦର ବର୍ମାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିଲା । ନାଲାଗଡ଼ରେ କଂଗ୍ରେସର ହରଦୀପ ସିଂହ ବାବା ଏବଂ ବିଜେପିର କେ ଏଲ ଠାକୁର ନିର୍ବାଚନୀ ମଇଦାନରେ ପ୍ରତିଦ୍ୱନ୍ଦିତା କରିଥିଲେ ।

Get real time updates directly on you device, subscribe now.