୫ ମାସ ପରେ ହିନ୍ଦୁ ସନ୍ଥ ଚିହ୍ନୟଙ୍କୁ ଜାମିନ ପ୍ରଦାନ କଲେ ହାଇକୋର୍ଟ
ହିନ୍ଦୁ ବିରୋଧୀ ଆନ୍ଦୋଳନର ପ୍ରତିବାଦ କରିଥିଲେ । ବିନା ଦୋଷରେ ତାଙ୍କୁ ବାନ୍ଧିଥିଲା ପୋଲିସ ।
ଢାକା: ବାଂଲାଦେଶର ଏକ ହାଇକୋର୍ଟ ହିନ୍ଦୁ ସନ୍ଥ ଚିନ୍ମୟ କୃଷ୍ଣ ଦାସଙ୍କୁ ଦେଇଛନ୍ତି ଜାମିନ । ଚିନ୍ମୟଙ୍କ ଓକିଲ ଅପୂର୍ବ କୁମାର ଭଟ୍ଟ ଗତ ୨୩ ତାରିଖରେ ଜାମିନ ଆବେଦନ କରିଥିଲେ ।
ଚିନ୍ମୟ ଇସ୍କନ ମନ୍ଦିରର ପୂଜାରି ହେବା ସହ ବାଂଲାଦେଶରେ ସନାତନ ଜାଗରଣର ପ୍ରବକ୍ତା । ଗତବର୍ଷ ନଭେମ୍ବର ୨୫ରେ ଚିନ୍ମୟଙ୍କୁ ଢାକାକ ବିମାନ ବନ୍ଦରରେ ଗିରଫ କରାଯାଇଥିଲା ।
ଗିରଫ ପରେ ଚିନ୍ମୟଙ୍କୁ ଚଟଗାଓ ଜେଲରେ ତାଙ୍କୁ ରଖାଯାଇଥିଲା । ଚିନ୍ମୟଙ୍କ ଓକିଲ ଏାକଧିକ ଥର ଜାମିନ ଆବେଦନ କରିଥିଲେ ସୁଦ୍ଧା ସେଗୁଡ଼ିକ ଖାରଜ କରିଦିଆଯାଉଥିଲା । କିନ୍ତୁ ବହୁ ଚେଷ୍ଟା ପରେ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି ।
ବାଂଲାଦେଶରେ ହିନ୍ଦୁ ମନ୍ଦିର ଭଙ୍ଗାରୁଜା କରିବାର ପ୍ରତିବାଦ କରିଥିଲେ ଚିନ୍ମୟ । ବାଂଲାଦେଶୀ ମୁସଲମାନ ମାନେ ହିନ୍ଦୁ ମନ୍ଦିର ଭାଙ୍ଗିବା ସହ ହିନ୍ଦୁଙ୍କ ଘରଦ୍ୱାର ଜାଳିବା ସେମାନଙ୍କୁ ମାଡ଼ ମାରିବା ନେଇ ଅଭିଯାନ ଆରମ୍ଭ କରିଥିବାବେଳେ ଚିହ୍ନୟ ଏହାର ପ୍ରତିବାସ କରିଥିଲେ । ଯାହାଫଳରେ ତାଙ୍କୁ ଜେଲ ଦଣ୍ଡ ଭୋଗିବାକୁ ପଡ଼ିଥିଲା ।