fbpx

ତେଲିଆ ତ୍ୱଚାଧାରୀ ମହିଳାମାନେ ଏହି ଘରୋଇ ଉପଚାର ଦ୍ୱାରା ଦେଖାଯାଆନ୍ତି ଅଧିକ ଆକର୍ଷଣୀୟ

Advertisement

ସାଧାରଣତଃ ତେଲିଆ ତ୍ୱଚାଧାରୀ ମହିଳାମାନେ ନିଜର ଚେହେରାକୁ ନେଇ ସର୍ବଦା ଚିନ୍ତାରେ ରହିଥାନ୍ତି । ଏହା ପଛରେ ଅନେକ କାରଣ ରହିଛି । ତେଲିଆ ତ୍ୱଚାରେ ମେକଅପ୍ ଦୀର୍ଘ ସମୟ ପର୍ଯ୍ୟନ୍ତ ତିଷ୍ଠି ରହିପାରେ ନାହିଁ । ଏପରି ସ୍କିନଧାରୀ ମହିଳାମାନେ କେଉଁପରି ମେକଅପ୍ ଅନୁସରଣ କରିବେ, ତାହାକୁ ନେଇ ସେମାନେ ଦ୍ୱନ୍ଦ୍ୱରେ ରହିଥାନ୍ତି । ଏହି ସମସ୍ୟାର ସମାଧାନ ପାଇଁ ଆପଣ ଏପରି କିଛି ଟିପ୍ସ ଫଲୋ କରିପାରିବେ, ଯାହାଦ୍ୱାରା ଆପଣ ବହୁତ ସୁନ୍ଦର ଦେଖାଯିବେ ।

– ପ୍ରତ୍ୟେକ ଦିନ ଅତି କମରେ ଦୁଇଥର ମୁହଁକୁ ସଫା କରନ୍ତୁ । ଏହା ଦ୍ୱାରା ଆପଣଙ୍କ ତ୍ୱଚାରୁ ତେଲିଆପଣ ଦୂର ହୋଇଯିବ । ସାବୁନ ଓ ଡିଟରଜେଣ୍ଟଠାରୁ ଦୂରେଇ ରୁହନ୍ତୁ । କାରଣ ଏଗୁଡ଼ିକ ଚର୍ମର ପ୍ରାକୃତିକ ଗୁଣକୁ ନଷ୍ଟ କରିଦେଇଥାଏ । ତୈଳଯୁକ୍ତ ଦ୍ରବ୍ୟ ବଦଳରେ ଜଳଯୁକ୍ତ ଦ୍ରବ୍ୟ ବ୍ୟବହାର କରନ୍ତୁ ଓ ଚର୍ମକୁ ସ୍କ୍ରବ କରନ୍ତୁ ନାହିଁ ।

– ମହୁ ହେଉଛି ଚର୍ମ ପାଇଁ ଏକ ପ୍ରାକୃତିକ ଉପଚାର । ମହୁରେ ଥିବା ଆଣ୍ଟିବାକ୍ଟେରିଆଲ ଓ ଆଣ୍ଟିସେପ୍ଟିକ ଗୁଣ ତେଲିଆ ଓ ବ୍ରଣକୁ ଦୂରେଇ ଦେଇଥାଏ । ଏତଦବ୍ୟତୀତ ଧଳା ଅଣ୍ଡା ଓ ଲେମ୍ବୁ ତ୍ୱଚା ପାଇଁ ଲାଭଦାୟକ ହୋଇଥାଏ । ଲେମ୍ବୁରେ ଥିବା ସାଇଟ୍ରିକ୍ ଏସିଡ୍ ଚର୍ମରୁ ତେଲ ଶୋଷିବାରେ ସାହାଯ୍ୟ କରେ । ଅଣ୍ଡା ଓ ଲେମ୍ବୁକୁ ମିଶାଇ ଚେହେରାରେ ଲଗାଇ ପରେ ଉଷୁମ ପାଣିରେ ଧୋଇଲେ ଫାଇଦା ମିଳିଥାଏ ।

– ଟମାଟୋରେ ଥିବା ସାଲିସିଲିକ୍ ନାମକ ଏସିଡ୍ ଚର୍ମରେ ହେଉଥିବା ବ୍ରଣର ଉପଚାର କରିଥାଏ । ଟମାଟୋ ମଧ୍ୟ ଚର୍ମରୁ ତେଲ ଶୋଷିବାରେ ସାହାଯ୍ୟ କରିଥାଏ । ଏଥିସହ ତେଲିଆ ତ୍ୱଚାରେ ଅଧିକାଂଶ ଲୋକ ଆଲୋଭେରା ଲଗାଇଥାନ୍ତି ।

Get real time updates directly on you device, subscribe now.