fbpx

ଝାଡାବାନ୍ତିରେ ଆକ୍ରାନ୍ତ ହେଲେ ଶତାଧିକ ଲୋକେ, ଆକ୍ରାନ୍ତଙ୍କୁ ମେଡ଼ିକାଲରେ ଭର୍ତ୍ତି

କାମାକ୍ଷାନଗର: ଏନଏସିରେ ଶତାଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା କଥା ସାମ୍ନାକୁ ଆସିଛି । ସାଧାରଣତଃ ଝାଡାବାନ୍ତି ସମସ୍ୟା ଫୁଡ଼ ପଏଜନ ବା ବିଭିନ୍ନ ଖାଦ୍ୟ ପାନୀୟ ପାଇଁ ହୋଇଥାଏ । ରାଜ୍ୟରେ ଡେଙ୍ଗୁ ସମସ୍ୟା ଜାରି ରହିଥିବା ବେଳେ ଶତାଧିକ ଲୋକେ ଏପରି ରୋଗରେ ଆକ୍ରାନ୍ତ ହୋଇଛନ୍ତି ।

ସୂଚନା ଅନୁସାରେ, ଏନଏସିର ୧୪ନମ୍ବର ୱାର୍ଡ ପରୁଣା ରଏକୁଳାରେ ବ୍ୟାପୁଛି ଝାଡାବାନ୍ତି । ଏଥିରେ ଜଣେ ନୁହେଁ କି ଦୁଇଜଣ ନୁହେଁ ଶତାଧିକ ଲୋକଙ୍କ ପାଖେ ଝଡ଼ାବାନ୍ତି ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଆସିଛି ଯେ, ପାନୀୟ ଜଳ ଦୂଷିତ ପାଇଁ ଏରି ସମସ୍ୟା ବ୍ୟାପିବାରେ ଲାଗିଛି ।

କିଛି ଆକ୍ରାନ୍ତ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି ହୋଇଥିବା ବେଳେ ଅନ୍ୟ ଆକ୍ରାନ୍ତ ଆସି ଘରୁ ବାହାରି ଆସିପାରୁ ନାହାନ୍ତି । ପାନୀୟ ଜଳ ଦୂଷିତ ହୋଇଥିବାରୁ ଝାଡ଼ାବାନ୍ତି ବ୍ୟାପୁଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସୀ ।

Get real time updates directly on you device, subscribe now.