fbpx

ଆଇସିସି ପ୍ଲେୟାର ଅଫ ଦି ମନ୍ଥ ପୁରସ୍କାର: କ୍ୟୁମିନ୍ସ, ବାବର ଓ ବ୍ରେଥୱେଟଙ୍କ ନାମ ସୁପାରିସ

Advertisement

ଦୁବାଇ: ଗତ ମାର୍ଚ୍ଚ ମାସରେ ଭଲ ପ୍ରଦର୍ଶନ କରିଥିବା ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ବାବର ଆଜାମ ,ଅଷ୍ଟ୍ରେଲିଆ କ୍ରିକେଟ ଦଳ ଅଧିନାୟକ ପ୍ୟାଟ୍‌ କ୍ୟୁମିନ୍ସ ଓ ୱେଷ୍ଟଇଣ୍ଡିଜ ଦଳର କ୍ରେଗ ବ୍ରେଥୱେଟଙ୍କ ଦାମ ଆଇସିସି ପ୍ଳେୟାର ଅଫ ଦି ମନ୍ଥ ପୁରସ୍କାର ପାଇଁ ସୁପାରିସ କରା ଯାଇଛି ।

ସୂଚନା ଯୋଗ୍ୟ ଯେ ବାବର ଆଜାମ ଗତ ମାସରେ ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୩୯୦ ରନ ସଂଗ୍ରହ କରିଥିବା ବେଳେ ଦ୍ୱିତୀୟ ଟେଷ୍ଟରେ ୧୯୬ ରନ କରି ପାକିସ୍ତାନକୁ ବିଦ ମୁକ୍ତ କରିବା ସହ ମ୍ୟାଚ ଡ୍ର ରଖିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେହିପରି ମାର୍ଚ୍ଚ ମାସରେ ସେ ଖେଳିଥିବା ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜର ଦୁଇ ମ୍ୟାଚରେ ୫୭ ଓ ୧୧୪ ରନ କରିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ଧାର୍ଯ୍ୟ କରିଥିବା ୩୪୯ ରନ ବିଜୟ ଟାର୍ଗେଟକୁ ଅତିକ୍ରମ କରି ପାକିସ୍ତାନ ବିଜୟୀ ହୋଇ ଥିଲା । ଗତ ବର୍ଷ ଏପ୍ରିଲ ମାସରେ ବାବର ଏହି ପୁରସ୍କାର ପାଇଥିବା ବେଳେ ପୁଣି ତାଙ୍କ ନାମ ସୁପାରିସ କରା ଯାଇଛି ।

ସେହିପରି ବ୍ରେଥୱେଟ ନିକଟରେ ସମାପ୍ତ ହୋଇଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ୩୪୧ ରନ କରିଥିବା ବେଳେ ଦ୍ୱିତୀୟ ଟେଷ୍ଟରେ ୧୬୦ ରନ କରିବା ସହିତ ୱେଷ୍ଟଇଣ୍ଡିଜ ସିରିଜ ବିଜୟୀ ହୋଇଥିଲା । ଅନ୍ୟ ପକ୍ଷରେ ପ୍ୟାଟ କ୍ୟୁମିନ୍ସ ନିକଟରେ ଅନୁଷ୍ଠିତ ପାକିସ୍ତାନ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୧୨ ୱିକେଟ ହାସଲ କରିଥିବା ବେଳେ ଦୀର୍ଘ ୨୮ ବର୍ଷପରେ ପାକିସ୍ତାନ କରିଥିବା ଅଷ୍ଟ୍ରେଲିଆକୁ ସିରିଜ ବିଜୟୀ କରାଇ ଥିଲେ । ତୃତୀୟ ତଥା ଫାଇନାଲ ମ୍ୟାଚର ପ୍ରଥମ ଇନିଂସରେ ୫୬ ରନ ଦେଇ ୫ ଓ ଦ୍ୱିତୀୟ ଇନିଂସରେ ୨୩ ରନ ବିନିମୟରେ ୩ ୱିକେଟ ଅକ୍ତିଆର କରି ଅଷ୍ଟ୍ରେଲିଆ ବିଜୟ ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ସେହିପରି ମହିଳା ବିଭାଗରେ ଇଂଲଣ୍ଡ ଦଳର ପ୍ରଭାବୀ ବୋଲର ସୋଫି ଇକେଲଷ୍ଟୋନ, ଅଷ୍ଟ୍ରେଲିଆ ମହିଳା ଦଳର ରନ ମେସିନ ରାଚେଲ ହେନ୍ସ ଓ ଦକ୍ଷିଣ ଆଫ୍ରିକାର ଲାଉରା ୱଊଭରଡଟଙ୍କ ନାମ ଆଇସିସି ପ୍ଳେୟାର ଅଫ ଦି ମନ୍ଥ ପୁରସ୍କାର ପାଇଁ ପଞ୍ଜିକୃତ କରା ଯାଇଛି । ଗତ ମାସରେ ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ମହିଳା ଦିନିକିଆ ବିଣ୍ୱକପରେ ଭଲ ପ୍ରଦର୍ଶନ କରିଥିଲେ । ଇଂଲଣ୍ଡ ମହିଳା ଦଳର ବୋଲର ଇକେଲଷ୍ଟୋନ ଗତ ମାସରେ ୨୦ ୱିକେଟ ଅକ୍ତିଆର କରିଥିବା ବେଳେ ଇଂଲଣ୍ଡକୁ ବିଶ୍ୱକପ ଫାଇନାଲରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେହିପରି ଗତ ମହିଳା ବିଶ୍ୱକପରେ ରାଚେଲ ହେନ୍ସ ୮ ମ୍ୟାଚରେ ୪୨୯ ରନ କରିବା ସହିତ ଅଷ୍ଟ୍ରେଲିଆକୁ ସପ୍ତମ ଥର ପାଇଁ ବିଶ୍ୱକପ ଚାମ୍ପିଅନ କରାଇବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଅନ୍ୟ ପକ୍ଷରେ ଦକ୍ଷିଣ ଆଫ୍ରିକା ମହିଳା ଦଳର ଲାୟୁରା ୱଲଭରଡଟ ମହିଳା ବିଶ୍ୱକପରେ ୪୩୩ ରନ କରିବା ସହିତ ନିଜ ଦଳକୁ ସେମିଫାଇନାଲରେ ପ୍ରବେଶ କରାଇବା ଦିଗରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ ।

Get real time updates directly on you device, subscribe now.