fbpx

(Video) ଯଦି ପ୍ରିୟଙ୍କା ଲୋକସଭା ନିର୍ବାଚନ ଲଢ଼ିଥାନ୍ତେ, ତେବେ ମୋଦୀ ବାରାଣସୀ ଆସନରୁ ୨-୩ ଲକ୍ଷ ଭୋଟରେ ପରାଜୟ ବରଣ କରିଥାନ୍ତେ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ନିକଟରେ ଘୋଷିତ ହୋଇଥିବା ଲୋକସଭା ନିର୍ବାଚନରେ ବିଜେପି ୨୪୦ଟି ଆସନରେ ଜିତିଥିବା ବେଳେ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ସେହିପରି ଗତଥର ଅପେକ୍ଷା ଏଥର କଂଗ୍ରେସ ଭଲ ପ୍ରଦର୍ଶନ କରି ୯୯ଟି ଆସନରେ ବିଜୟୀ ହୋଇଛି । ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେରଳର ୱାୟନାଡ ଓ ଉତ୍ତରପ୍ରଦେଶର ରାଏବରେଲି ଦୁଇଟି ଆସନରେ ନିର୍ବାଚନ ଲଢ଼ି ୩ ଲକ୍ଷରୁ ଅଧିକ ଲେଖାଏଁ ଭୋଟ ବ୍ୟବଧାନରେ ବିଜୟୀ ହୋଇଛି ।

ତେବେ ନିର୍ବାଚନ ଫଳାଫଳକୁ ନେଇ ରାହୁଲ ଏକ ବଡ଼ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଯଦି ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭାଡ୍ରା ବାରାଣସୀ ଆସନରୁ ନିର୍ବାଚନ ଲଢ଼ିଥାନ୍ତେ, ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବଡ଼ ଭୋଟ ବ୍ୟବଧାନରେ ପରାଜୟ ବରଣ କରିଥାନ୍ତେି । ବାରାଣସୀ ଆସନରେ ମୋଦୀଙ୍କ ବିପକ୍ଷରେ ପ୍ରିୟଙ୍କା ନିର୍ବାଚନ ଲଢ଼ିଥିଲେ ହିନ୍ଦୁସ୍ତାନର ପ୍ରଧାନମନ୍ତ୍ରୀ ୨-୩ ଲକ୍ଷ ଭୋଟରେ ହାରିଯାଇଥାନ୍ତେ । ମୁଁ ଏହା ଅହଙ୍କାର କରି କହୁନାହିଁ । ଏଥିପାଇଁ କହୁଛି ଯେ, ଭାରତବର୍ଷର ଜନତା ପ୍ରଧାନମନ୍ତ୍ରୀଙ୍କୁ ଏହି ମେସେଜ୍ ଦେଇଛନ୍ତି ଯେ ମୋଦୀଙ୍କର ରାଜନୀତି ସେମାନଙ୍କୁ ଭଲ ଲାଗୁ ନାହିଁ । ଜନସାଧାରଣ ଘୃଣା ଓ ହିଂସାର ବିରୋଧୀ ଅଟନ୍ତି ।

୨୦୧୪ ପରଠାରୁ ଭାରଜପା ଉତ୍ତରପ୍ରଦେଶରେ ନିଜର ଖରାପ ପ୍ରଦର୍ଶନ ଜାରି ରଖିଛି । ନିକଟରେ ବିଜେପି ରାଜ୍ୟରେ ମୋଟ ୮୦ଟି ଆସନରୁ ମାତ୍ର ୩୩ଟିରେ ଜିତିଥିଲା । ବିଜେପି ସମାଜବାଦୀ ପାର୍ଟିଠାରୁ ମାତ୍ର ୪ଟି କମ୍ ଆସନ ପାଇଛି । ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସ ପ୍ରାର୍ଥୀ ଅଜୟ ରାୟଙ୍କ ଠାରୁ ପଛରେ ରହିଥିଲେ । ମାତ୍ର ଶେଷରେ ପ୍ରଧାନମନ୍ତ୍ରୀ ଉକ୍ତ ଆସନରେ ବିଜୟୀ ହୋଇଯାଇଥିଲେ ।

Get real time updates directly on you device, subscribe now.