fbpx

ହୃଦରୋଗ ଥିଲେ ଆଖି ଦେଇଥାଏ ସଂକେତ, ହେଳା କଲେ ହୋଇପାରନ୍ତି ଅନ୍ଧ

କଥାରେ ଅଛି ଯେଉଁ କଥା ହୃଦୟ କହି ପାରେ ନାହିଁ ତାହା ଆଖି କହିଥାଏ । ଆଖିରେ ଏମିତି ଅନେକ କଥା ଲୁଚି ରହିଛି ଯାହା ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଆମ ହୃଦୟ ପୁରା ଶରୀରକୁ ରକ୍ତ ଯୋଗାଇବାରେ ସହାୟକ ହୋଇଥାଏ । ହୃଦୟରେ କିଛି ଅସୁବିଧା ଥିଲେ ତାହା ଆଖି ମାଧ୍ୟମରେ ସଂକେତ ଦେଇଥାଏ । ତେବେ ଆସନ୍ତୁ ଜାଣିବା ଏହି ସବୁ ସଙ୍କେତ ବିଷୟରେ ।

– ଆଖିର ତଳ ବା ଉପର ଭାଗ ଫୁଲିଯିବା: ୟୁନିଭର୍ସିଟି ଅଫ୍ ଶିକାଗୋ ଅନୁଯାୟୀ ଧମନୀରେ ଖରାପ କଲେଷ୍ଟ୍ରୋଲ ଜମା ହେବା ଆରମ୍ଭ କରେ ଏବଂ ଏହା ଅତ୍ୟାଧିକ ହୋଇଯାଏ ତେବେ ଏହି କଲେଷ୍ଟୋଲ ରକ୍ତ ନଳୀ ମାଧ୍ୟମରେ ଆଖି ଉପରେ କିମ୍ବା ତଳେ ଦେଖାଯାଏ । ଏହା ଅଧିକ ହେଲେ ଆଖିର ଚାରି ପଟେ ଘେରା ଦେଖାଯାଏ । ଏପରି ସମସ୍ୟା ଦେଖାଗଲେ ଡ଼ାକ୍ତରଙ୍କୁ ସମ୍ପର୍କ କରନ୍ତୁ ।

– ଆଖିର ଶିରାରେ ରକ୍ତର ଦାଗ: ଉଚ୍ଚ ରକ୍ତଚାପ ଥିବା ରୋଗୀଙ୍କ କ୍ଷେତ୍ରରେ ଧମନୀରେ ବିପରିତ ଦିଗରେ ରକ୍ତର ଚାପ ବୃଦ୍ଧି ପାଇଥାଏ । ଏଭଳି ସ୍ଥିତିରେ ଜଣେ ବ୍ୟକ୍ତି ରୋଟିନୋପେଥି ରୋଗର ଶିକାର ହୋଇଥାଏ । ରୋଟିନୋପେଥି ରୋଗରେ ଆଖିର ଶିରାରେ ରକ୍ତ ଦେଖାଯିବା, ଆଖି ଆଖପାଖରେ ଫୁଲିଯିବା ପ୍ରବୃତି ଲକ୍ଷଣ ଦେଖାଯାଇଥାଏ । ଅନେକାଂଶରେ ଆଖିର ଶିରା ଫାଟିଯିବା ସହ ବ୍ୟକ୍ତି ଦୃଷ୍ଟିହୀନ ମଧ୍ୟ ହୋଇପାରେ ।

– ରୋଟିନା ସଂକୁଚିତ ହେବା: କୌଣସି ବ୍ୟକ୍ତିଙ୍କୁ ଏଥେରୋସ୍କେଲୋଟିକ୍ ହୃଦରୋଗ ହୋଇଥିଲେ ମୈକ୍ୟୁଲାର ଡ଼ିଜେନେରେସନ୍ ଆରମ୍ଭ ହୁଏ । ଏହି ରୋଗରେ ଆଖିର ରେଟିନା ଶୁଖିବାକୁ ଲାଗେ । ଫଳରେ ଦୃଷ୍ଟିଶକ୍ତି ହରେଇବାର ଭୟ ଥାଏ ।

– ମୋତିଆବିନ୍ଦୁ: କିଛି ଅଧ୍ୟୟନ ଦ୍ୱାରା ପ୍ରମାଣିତ ହୋଇଛି ଯେ ହୃଦରୋଗ ହେଲେ ମୋତିଆବିନ୍ଦୁର ସମ୍ଭାବନା ବୃଦ୍ଧି ପାଇଥାଏ । ସେଥିପାଇଁ ମୋତିଆବିନ୍ଦୁ ଅପରେସନ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ହାର୍ଟ ଆଟାକ ଏବଂ ସ୍ଟ୍ରୋକ୍ ଜନିତ ମୃତ୍ୟୁ ହେବାର ଆଶଙ୍କା ଅଧିକ ଥାଏ ।

– ଦୃଷ୍ଟିହୀନତା: ହୃଦୟର ଧମନୀରେ ଖରାପ କଲେଷ୍ଟ୍ରୋଲ ଜମା ହେଲେ ଆଖି ଉପରେ ପ୍ରଭାବ ପକାଇଥାଏ । ଏହା ଦ୍ୱାରା ରେଟିନା ଖରାପ ହୋଇଥାଏ ଏବଂ ପରିମାଣସ୍ୱରୂପ ଜଣେ ବ୍ୟକ୍ତି ଅନ୍ଧ ବି ହୋଇପାରେ ।
ତେବେ ଏହି ସବୁ ସମସ୍ୟାରୁ ରକ୍ଷା ପାଇବା ପାଇଁ ମଦ, ସିଗାରେଟ୍, ପ୍ରୋସେସ୍ଡ଼ ଫୁଡ଼୍ ଇତ୍ୟାଦିରୁ ଦୂରେଇ ରୁହନ୍ତୁ । ନିୟମିତ ବ୍ୟାୟାମ ସହ ସୁସ୍ଥ ଏବଂ ସନ୍ତୁଳିତ ଭୋଜନ ସେବନ କରନ୍ତୁ । ହୃଦରୋଗ ଜନିତ କିଛି ବି ଲକ୍ଷଣ ଦେଖାଗଲେ ଡ଼ାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

Get real time updates directly on you device, subscribe now.