fbpx

ୟୁକ୍ରେନ-ଋଷ ଯୁଦ୍ଧ ବିବାଦ : ପୁତିନ୍‌ଙ୍କ ଠାରୁ ସବୁ ପଦବୀ ହଟାଇ ନେଲା ଆଇଜେଏଫ

ବୁଦାପେଷ୍ଟ(ହଙ୍ଗେରୀ): ୟୁକ୍ରେନ ଉପରେ ଋଷ ରାଷ୍ଟ୍ରପତି ଭ୍ଳାଦିମିର ପୁତିନଙ୍କ ସାମରିକ କାର୍ଯ୍ୟାନୁଷ୍ଠାନକୁ ଘୋର ବିରୋଧ ଓ ନିନ୍ଦା କରିଛି ଅନ୍ତର୍ଜାତୀୟ ଜାଡୋ ଫେଡେରେସନ( ଆଇଜେଏଫ) । ରାଷ୍ଟ୍ରପତି ପୁତିନଙ୍କର ଏତାଦୃଶ କାର୍ଯ୍ୟକୁ ନାପସନ୍ଦ କରି ଆଇଜେଏଫ ଗତ ଫେବୃୟାରୀ ମାସ ୨୭ ତାରିଖ ଦିନ ଅନ୍ତର୍ଜତୀୟ ଜୁଡୋ ଫେଡେରସନର ସମ୍ମାନ ଜନକ ସଭାପତି ଓ ରାଷ୍ଟ୍ରଦୂତ ପଦବୀରୁ ସସ୍‌ପେଣ୍ଡ କରିଥିଲା । ଏହା ସହିତ ଚଳିତ ମାର୍ଚ୍ଚମାସ ୬ ତାରିଖ ଦିନ ପୁତିନଙ୍କ ସହିତ ଆରକାଡି ରୋଟେନବର୍ଗଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସ୍ୱରୂ ଅନ୍ତର୍ଜାତୀୟ ଜୁଡୋ ଫେଡେରେସନ ସମସ୍ତ ପଦପଦବୀରୁ ହଟାଇ ଦେଇଛି । ସୂଚନା ଯୋଗ୍ୟ ଯେ ୟୁକ୍ରେନ ଉପରେ ଋଷର ଅମାନବୀୟ ଆକ୍ରମଣକୁ ନିନ୍ଦା କରି ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି ଋଷରେ ଅନୁଷ୍ଠିତ ହେବାକୁ ଥିବା ସମସ୍ତ ବିଶ୍ୱ ସ୍ତରୀୟ ପ୍ରତିଯୋଗୀତା ଅନ୍ୟତ୍ର ସ୍ଥାନାନ୍ତର କିମ୍ବା ବାତିଲ କରିବାକୁ ନିର୍ଦ୍ଦେଶ ଦେଇଥିଲା । ସେହିରି ଫିଫା ଋଷ ଦଳର ଫୁଟବଲ ବିଶ୍ୱକପରେ ଅଂଶ ଗ୍ରହଣ ନେଇ ମଧ୍ୟ କଟକଣା ଲଗାଇଛି ।

Get real time updates directly on you device, subscribe now.