fbpx

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ଲାଗୁ ହେଲା ପୁରୁଣା ପେନସନ୍ ଯୋଜନା

ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ପୁରୁଣଶ ପେନସନ୍ ଯୋଜନା ଗୁରୁବାରଠାରୁ ଆରମ୍ଭ ହୋଇଛି । ଏଥିପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପଦ୍ଧତିକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି । ପୁରୁଣା ପେନସନ୍ ସ୍କିମ୍ ୧ ଏପ୍ରିଲ୍ ୨୦୦୪ ରେ ବନ୍ଦ ହୋଇ ଜାତୀୟ ପେନସନ୍ ସ୍କିମ୍ (ଏନପିଏସ) ଲାଗୁ କରାଯାଇଥିଲା । କ୍ୟାବିନେଟ ସଚିବାଳୟ ବିଭାଗର ମୁଖ୍ୟ ସଚିବ ବନ୍ଦନା ଦାଦେଲ କହିଛନ୍ତି ଯେ, ଜୁଲାଇ ୧୫ ରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ପୁରୁଣା ପେନ୍ସନ୍ ଯୋଜନା କାର୍ଯ୍ୟକାରୀ କରିବା ଏବଂ ନୂଆ ପେନସନ୍ ଯୋଜନା ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ସେ କହିଛନ୍ତି, ‘ଏହି ପରିପ୍ରେକ୍ଷୀରେ ଏହି ଯୋଜନା ସଂପୂର୍ଣ୍ଣ କରିବାକୁ ଏକ ଏସଓପି ପ୍ରସ୍ତୁତ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହି ଏସଓପିକୁ କ୍ୟାବିନେଟ୍ ଅନୁମୋଦନ କରିଛି । ଏହି ଯୋଜନା ସେପ୍ଟେମ୍ବର ୨ ତାରିଖରୁ କାର୍ଯ୍ୟକାରୀ ହେବ ।’ ତେବେ ପୁରୁଣା ପେନ୍ସନ୍ ଯୋଜନାର କାର୍ଯ୍ୟକାରିତାକୁ ପାଳନ କରିବା ପାଇଁ ଶତାଧିକ ସରକାରୀ କର୍ମଚାରୀ ରାଜ୍ୟ ସଚିବାଳୟରେ ଏକତ୍ରିତ ହୋଇଥିଲେ ।

ସମାରୋହର ଫଟୋ ସେୟାର କରି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଟ୍ୱିଟରେ ଖେଲିଛନ୍ତି ଯେ, ‘ଆଉ ଏକ ପ୍ରତିଶ୍ରୁତି ପୂରଣ ହୋଇଛି । ପୁରୁଣା ପେନ୍ସନ୍ ଯୋଜନା ଅନୁଯାୟୀ ସରକାର ସମ୍ପୂର୍ଣ୍ଣ ପରିମାଣର ପେନସନ୍ ପ୍ରଦାନ କରୁଛନ୍ତି । ଏନପିଏସରେ କର୍ମଚାରୀମାନେ ସେମାନଙ୍କ ବେତନର ୧୦ ପ୍ରତିଶତ ପେନସନରେ ଯୋଗଦାନ କରୁଥିବାବେଳେ ରାଜ୍ୟ ସରକାର ୧୪ ପ୍ରତିଶତ ଯୋଗଦାନ କରନ୍ତି । ପୁରୁଣା ପେନସନ୍ ଯୋଜନା କାର୍ଯ୍ୟକାରୀ ହେଲେ ଝାଡଖଣ୍ଡ ସରକାରଙ୍କ ପ୍ରାୟ ୧.୫ ଲକ୍ଷ କର୍ମଚାରୀ ଉପକୃତ ହେବେ ।

Get real time updates directly on you device, subscribe now.