fbpx

ବଢ଼ିଲା ‘ଗୋ ଫାଷ୍ଟ’ର ଅଡୁଆ: ଆଗାମୀ ପାଞ୍ଚ ଦିନରେ ହରାଇପାରେ ୨୦ ଟି ବିମାନ, ପଞ୍ଜିକରଣ ବାତିଲ ପାଇଁ ଆବେଦନ କଲେ ଲିଜର୍ସ

ନୂଆଦିଲ୍ଲୀ: ସଙ୍କଟରେ ଚାଲୁଥିବା ଏୟାରଲାଇନ୍ ଗୋ ଫାଷ୍ଟ’ର ଅସୁବିଧା ବଢି ଚାଲିଛି । ଏବେ ଲିଜର୍ସ ମାନେ ମଧ୍ୟ କମ୍ପାନୀକୁ ଦେଇଥିବା ନିଜ ବିମାନର ପଞ୍ଜିକରଣ ବାତିଲ କରିବାକୁ ଆବେଦନ କରିବା ଆରମ୍ଭ କରି ଦେଇଛନ୍ତି । ଏପର୍ଯ୍ୟନ୍ତ ପ୍ରାୟ ୨୦ ବିମାନ ଫେରାଇ ନେବା ପାଇଁ ଆବେଦନ କରି ସାରିଲେଣି । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ) ଲୀଜର୍ସଙ୍କ ତାଲିକା ଏବଂ ସେମାନଙ୍କର ଆବେଦନକୁ ଏହାର ୱେବସାଇଟରେ ପ୍ରକାଶ କରିଛି ।

ନିୟମ ଅନୁଯାୟୀ ଯଦି ଏପରି ଆବେଦନ ହୁଏ ତେବେ ଡିଜିସିଏକୁ ୫ କାର୍ଯ୍ୟ ଦିବସ ମଧ୍ୟରେ ବିମାନର ପଞ୍ଜିକରଣ ବାତିଲ କରବାକୁ ପଡ଼ିବ । ଏହାର ବିବରଣୀ ମଧ୍ୟ ୱେବସାଇଟରେ ଦେବାକୁ ପଡ଼ିଥାଏ । ତେବେ ଏହି ମାମଲାରେ ଗୋ ଫାଷ୍ଟ ଆଇନର ଆଶ୍ରୟ ନେବ କିମ୍ବା ନାହିଁ ସେ ନେଇ କୌଣସି ସୂଚନା ଦେଇ ନାହିଁ ।

ଏହାପୂର୍ବରୁ, ନ୍ୟାସନାଲ କମ୍ପାନୀ ଲ ’ଟ୍ରିବ୍ୟୁନାଲ (ଏନସିଏଲଟି) ଗୋ ଫାଷ୍ଟ’ର ଦେବାଳିଆ ଘୋଷଣା ରିଜୋଲ୍ୟୁସନ ଆବେଦନ ଉପରେ ନିଜର ରାୟ ସଂରକ୍ଷିତ ରଖିଛି। ଏନସିଏଲଟି ସଭାପତି ଜଷ୍ଟିସ ରାମଲିଙ୍ଗମ ସୁଧାକରଙ୍କ ନେତୃତ୍ୱରେ ଦୁଇ ଜଣିଆ ଖଣ୍ଡପୀଠ ଶୁଣାଣି ପରେ ଏହି ରାୟ ସଂରକ୍ଷଣ କରିଛନ୍ତି। ୱାଡିଆ ଗ୍ରୁପ୍ ନିୟନ୍ତ୍ରିତ ବିମାନ କମ୍ପାନୀ ଏହାର ନିବେଦନ ଅନୁଯାୟୀ ଦେବାଳିଆ ସମାଧାନ ପ୍ରକ୍ରିୟା ଆରମ୍ଭ କରିବାକୁ ଅପିଲ କରିଛି। ଏହା ସହିତ ବିମାନ ସେବା ଏହାର ଆର୍ଥିକ ନେଣଦେଣ ଉପରେ ମଧ୍ୟବର୍ତ୍ତୀକାଳୀନ ରୋକ ଲଗାଇବାକୁ ମଧ୍ୟ ଦାବି କରିଛି। ତେବେ ବିମାନ ଲିଜର୍ କମ୍ପାନୀଗୁଡିକ ବିମାନର ଅନୁରୋଧକୁ ବିରୋଧ କରି କହିଛନ୍ତି ଯେ ସେମାନଙ୍କ ପକ୍ଷ ଶୁଣିବା ବିନା ଦେବାଳିଆ ସମାଧାନ ପ୍ରକ୍ରିୟା ଆରମ୍ଭ ହୋଇପାରିବ ନାହିଁ।

କମ୍ପାନୀ କାର୍ୟ୍ୟକ୍ଷମ ହେବା ନିଶ୍ଚିତ କରିବା ପାଇଁ ଇନ୍ସଲଭେନ୍ସି ଏବଂ ଦେବାଳିଆ କୋଡ (ଆଇବିସି) ର ଉଦ୍ଦେଶ୍ୟ। ନଗଦ ଅଭାବରୁ ଗୋ ଫାଷ୍ଟ ମେ ୯ ପର୍ୟ୍ୟନ୍ତ ବିମାନ ଉଡ଼ାଣକୁ ବାତିଲ କରିଦେଇଛି। ଏହା ସହିତ ସେ ମେ ୧୫ ପର୍ଯ୍ୟନ୍ତ  ଟିକେଟ୍ ବୁକିଂ ବନ୍ଦ କରିଦେଇଛି। ତେବେ ଏୟାରଲାଇନ୍ସ ପ୍ରଥମେ ମେ ୩ ରୁ ତିନି ଦିନ ପାଇଁ ବିମାନ ଚଳାଚଳ ସ୍ଥଗିତ ରଖିଥିଲା। ଏହା ପରେ, ଡିଜିସିଏ ଗୋ ଫାଷ୍ଟକୁ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା। ଏହାପରେ ଡିଜିସିଏ କହିଥିଲେ ଯେ ମେ ୧୫ ପର୍ଯ୍ୟନ୍ତ ବିମାନ ଉଡ଼ାଣ ପାଇଁ ଟିକେଟ ବୁକିଂ ବନ୍ଦ କରିବାକୁ ଗୋ ଫାଷ୍ଟ ସୂଚନା ଦେଇଛି। ଏହା ସହିତ ନିୟମ ଅନୁଯାୟୀ ଧାର୍ଯ୍ୟ ସମୟସୀମା ମଧ୍ୟରେ ଟିକେଟ୍ ଟଙ୍କା ଫେରସ୍ତ କରିବାକୁ ଡିଜିସିଏ ବିମାନ କମ୍ପାନୀକୁ ନିର୍ଦ୍ଦେଶ ଦେଇଛି।

 

Get real time updates directly on you device, subscribe now.