fbpx

ଜନତାଙ୍କୁ ମିଳିବ ବଡ଼ ଆଶ୍ୱସ୍ତି! ଆୟକର ଛାଡ଼ ସୀମା ୫ ଲକ୍ଷକୁ ବୃଦ୍ଧି ହେବ, ବଜେଟରେ ହେବ ବଡ଼ ଘୋଷଣା

ନୂଆଦିଲ୍ଲୀ: ନିକଟରେ କେନ୍ଦ୍ରରେ ବିଜେପି ନେତୃତ୍ୱରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ସରକାର ଗଠନ ହୋଇଛି । ନୂଆ କ୍ୟାବିନେଟ ଶପଥ ଗ୍ରହଣ କରି ସାରିଥିବା ବେଳେ ଖୁବଶୀଘ୍ର ଚଳିତ ବର୍ଷର ବଜେଟ ଆଗତ ହେବ । ତେବେ ଏଥର ଜନତାଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିପାରେ । ଆୟକର ଛାଡ଼ ସୀମା ୫ ଲକ୍ଷକୁ ବୃଦ୍ଧି ହେବାର ସମ୍ଭାବନା ରହିଛି । ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ଚଳିତ ବଜେଟରେ ଏକ ବଡ଼ ଘୋଷଣା କରିପାରନ୍ତି ବୋଲି ଅନୁମାନ କରାଯାଉଛି ।

ଚଳିତ ବଜେଟରେ ମଧ୍ୟବିତ୍ତ ଶ୍ରେଣୀ ଓ ଚାକିରିଙ୍କୁ ବଡ଼ ଆଶ୍ୱସ୍ତି ମିଳିପାରେ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟରେ ଏ ନେଇ ଏକ ବଡ଼ ଘୋଷଣା କରିପାରନ୍ତି । ବାର୍ଷିକ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଆୟକରକୁ ସମ୍ପୂର୍ଣ୍ଣ ଛାଡ଼ କରାଯାଇପାରେ । ବର୍ତ୍ତମାନ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଇନକମ୍ ଟ୍ୟାକ୍ସ ନିଆଯାଉ ନାହିଁ । ଯେଉଁମାନେ ଆୟକର ରିଟର୍ଣ୍ଣ ଦାଖଲ କରୁଛନ୍ତି ସେମାନଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ହେବ ବୋଲି ନୂଆ ନିୟମରୁ ଜଣାପଡ଼ିଛି । ଗତ ୨୦୨୦ରେ କେନ୍ଦ୍ର ସରକାର ନୂଆ ଓ ପୁରୁଣା ଆୟକର ଢାଞ୍ଚା ଭଳି ଦୁଇଟି ବିକଳ୍ପ ପ୍ରଦାନ କରିଥିଲେ । ପୁରୁଣା ଢାଞ୍ଚାରେ ଆୟକରଦାତାମାନେ ବିଭିନ୍ନ ବିଷୟ ଉପରେ କାଟ ସୁବିଧା ପାଉଛନ୍ତି । ମାତ୍ର ନୂଆ ଟିକସ ଢାଞ୍ଚାରେ ସେଭଳି କୌଣସି ବ୍ୟବସ୍ଥା ନାହିଁ ।

Get real time updates directly on you device, subscribe now.