ଆରମ୍ଭ ହେଲା ଏସିଆ ମହାଦେଶର ପ୍ରଥମ ୱାଟର ଟ୍ରାନ୍ସପୋର୍ଟ ସେବା, ଜାଣନ୍ତୁ କେମିତି କରିବେ ବୁକିଂ, ଆଉ ଅନେକ କିଛି…..

ଶ୍ରୀନଗର: ଆରମ୍ଭ ହୋଇଯାଇଛି ଏସିଆର ପ୍ରଥମ ୱାଟର ଟ୍ରାନ୍ସପୋର୍ଟ ସର୍ଭିସ୍ । ଉବର ଶିକାରା ଏବେ ଜମ୍ମୁ-କଶ୍ମରର ଶ୍ରୀନଗରରେ ଉପଲବ୍ଧ । ଶିକାରା ବୁକିଂ ଆପ୍ ଜରିଆରେ ଲୋକମାନେ ଜଳଯାତ୍ରା ପାଇଁ ଏହି ସେବା ପାଇପାରିବେ । ଏ ନେଇ କମ୍ପାନୀ ପକ୍ଷରୁ ଏକ ସ୍ୱତନ୍ତ୍ର ଆପର ବ୍ୟବସ୍ଥା କରାଯାଇଛି, ଯେଉଁଥିରେ ଲୋକମାନେ ସୁବିଧାରେ ଜଳଯାତ୍ରା କରିପାରିବେ । ଉବର ଇଣ୍ଡିଆ ଏବଂ ସାଉଥ୍ ଏସିଆ ପ୍ରେସିଡେଣ୍ଟ ପ୍ରଭବଜୀତ ସିଂଙ୍କ ଦ୍ୱାରା ଆପ୍ ଲଞ୍ଚ କରାଯାଇଛି । ଇଟାଲି ଭଳି ଭାରତରେ ମଧ୍ୟ ଜଳଯାତ୍ରା ପାଇଁ ଅନଲାଇନ୍ ସୁବିଧା ଯୋଗାଇବା ଏ ଅଭିଯାନର ଲକ୍ଷ୍ୟ । ଏ ନେି ସରକାର ଧାର୍ଯ୍ୟ କରିଥିବା ଟଙ୍କା ହିଁ ଦେବାକୁ ପଡ଼ୁଥିବା କୁହାଯାଉଛି । ଉବର ଶିକାରା ପାର୍ଟନରଙ୍କ ପାଇଁ କୌଣସି ଟଙ୍କା ଚାର୍ଜ କରୁ ନ ଥିବାବେଳେ ପେମେଣ୍ଟ ଡାଇରେକ୍ଟ ବୋଟ୍ ଅପରେଟରଙ୍କ ନିକଟକୁ ଯିବ ବୋଲି ଉବର କହିଛି ।

ଶ୍ରୀନଗର ବୁଲିବାକୁ ଆସୁଥିବା ବ୍ୟକ୍ତିମାନେ ଶିକାରାର ମଜା ଉଠେଇବାକୁ ଅନୁରୋଧ କରିଛନ୍ତି ଉବର ଡିରେକ୍ଟର ରୁଚିକା ତୋମାର । କଶ୍ମୀରର ପାରମ୍ପରିକ ରିତିନୀତି, ଟେକ୍ନାଲୋଜି ଏବଂ ମ୍ୟାଜିକର ମିଶ୍ରଣ ହେଉଛି ଶିକାରାରେ । ସେଥିପାଇଁ ପର୍ଯ୍ୟଟକଙ୍କୁ ଏହା ନୂଆ ଅନୁଭୂତି ଦେବ ବୋଲି କମ୍ପାନୀ ଆଶା ରଖିଛି । ଏକକାଳୀନ ୪ଜଣ ଯାତ୍ରୀ ଶିକାରାରେ ସବାର ହୋଇପାରିବେ । ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଆପ ଜରିଆରେ ଶିକାରା ବୁକ୍ କରିହେବ । ୧୫ ଦିନିଆ ଆଡଭାନ୍ସ ବୁକିଂର ସୁବିଧା ସାଙ୍ଗକୁ ଶିକାରାରେ ୧୨ ଘଣ୍ଟା ପର୍ଯ୍ୟନ୍ତ ରାଇଡ୍ କରିହେବ ।