ନୂଆଦିଲ୍ଲୀ: ଭାରତର ଧନୀମାନଙ୍କ ସଂପତ୍ତି ଗୋଟିଏ ବର୍ଷ ମଧ୍ୟରେ ୪୨ ପ୍ରତିଶତ ବୃଦ୍ଧି ଘଟିଛି। କୁହାଯାଉଛି ଯେ, କୋଟିପତିଙ୍କ ସଂପତ୍ତି ଏତେ ବଢିଯାଇଛି ଯେ, ଦେଶବାସୀଙ୍କ ରୋଜଗାର, ବିକାଶ ଏବଂ ସମୃଦ୍ଧି ସ୍ୱପ୍ନକୁ ସାକାର କରିବାକୁ ଏହା ଶକ୍ତି ଯୋଗାଇବ। ଦୁନିଆରେ ଆମେରିକା ଏବଂ ଚୀନ ପରେ ତୃତୀୟ ନମ୍ବରରେ ସବୁଠୁ ଅଧିକ କୋଟିପତି ଭାରତରେ ଅଛନ୍ତି।
ରେଟିଂ ଏଜେନ୍ସି ୟୁବିଏସର ତାଜା Billionaire Ambitions Report ଅନୁସାରେ, ଭାରତର କୋଟିପତିଙ୍କ ସଂପତ୍ତି ଭିତରେ ହିଁ ୪୨.୧ ପ୍ରତିଶତର ବୃଦ୍ଧି ଘଟିଛି। ସାରା ଦୁନିଆରେ ଆମେରିକା ଏବଂ ଚୀନ ପରେ ତୃତୀୟ ସ୍ଥାନରେ ସବୁଠୁ ଅଧିକ ୧୮୫ କୋଟିପତି ଭାରତରେ ଅଛନ୍ତି। ଆମେରିକାରେ କୋଟିପତିଙ୍କ ସଂଖ୍ୟା ୮୩୫ ଏବଂ ଚୀନରେ ୪୨୭ କୋଟିପତି ଅଛନ୍ତି। ଏତିକି ନୁହେଁ ଭାରତରେ ପ୍ରତି ମାସରେ ଜଣେ ନୂଆ କୋଟିପତି ଉଦୟ ହେଉଛନ୍ତି। ବର୍ଷକ ଭିତରେ ଭାରତରେ ୩୨ ଜଣ ନୂଆ କୋଟିପତି ସାମିଲ ହୋଇଛନ୍ତି।
ୟୁବିଏସର ରିପୋର୍ଟ କହୁଛି ଯେ, ଭାରତର ପରବର୍ତ୍ତୀ ଦଶନ୍ଧି କୋଟିପତିଙ୍କର ହେବ। ଏହି ସମୟରେ କୋଟିପତିଙ୍କ ସଂଖ୍ୟାରେ ଅଧିକ ବୃଦ୍ଧି ହେବ। ଭାରତରେ ୧୦୮ ପବ୍ଲିକାଲୀ ଲିଷ୍ଟେଡ ପାରିବାରିକ ବିଜନେସ ଅଛି, ଯେଉଁମାନେ କୋଟିପତିଙ୍କ ସଂଖ୍ୟାରେ ଭାରତକୁ ତୃତୀୟ ନମ୍ବରରେ ପହଞ୍ଚାଇଛନ୍ତି। ଦ୍ରୁତଗତିରେ ସହରୀକରଣ, ଡିଜିଟାଲୀକରଣ, ମ୍ୟାନ୍ୟୁଫ୍ୟାକଚରିଂ ସେକ୍ଟରର ବିସ୍ତାର ଏବଂ ଏନର୍ଜି ସେକ୍ଟର ଏହି ଗତିକୁ ବଢାଉଛନ୍ତି। ଅନୁମାନ ରହିଛି ଯେ, ଆଗାମୀ ଦଶନ୍ଧିରେ ଭାରତରେ କୋଟିପତିଙ୍କ ସଂଖ୍ୟା ଚୀନ ବରାବର ହୋଇଯିବ।