ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ମଧ୍ୟରେ ଭାରତ ପାଇଁ ବଡ଼ ଘୋଷଣା ଜାରି ରହିଛି । ଏହାରି ମଧ୍ୟରେ ଖବର ଆସିଛି ଯେ, ୨୦୨୪ରେ ଭାରତ ଏବଂ ଆମେରିକା ମିଳିତ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସ୍ଏସ୍)କୁ ଅଭିଯାନ କରିବେ । ଏନେଇ ଗୁରୁବାର ହ୍ୱାଇଟ ହାଉସ୍ ପକ୍ଷରୁ କୁହାଯାଇଛି ଯେ, ଆର୍ଟେମିସ୍ ଆକର୍ଡସରେ ଯୋଗଦେବାକୁ ଭାରତ ନିଷ୍ପତ୍ତି ନେଇଛି ଏବଂ ଆମେରିକାର ସ୍ପେସ୍ ଏଜେନ୍ସି ନାସା ଏବଂ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ୨୦୨୪ ରେ ଏକ ମିଳିତ ମିଶନ ପଠାଇବାକୁ ରାଜି ହୋଇଛନ୍ତି ।
ଆର୍ଟେମିସ୍ ଆଲାଇନ୍ସ ସିଭିଲ୍ ସ୍ପେସ୍ ଅନୁସନ୍ଧାନରେ ସମଭାବାପନ୍ନ ଦେଶଗୁଡ଼ିକୁ ଏକତ୍ର କରେ । ଆମେରିକାର ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଓଭାଲ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଆମେରିକାର ରାଷ୍ଟ୍ରପତି ଜୋ ବିଡେନଙ୍କ ବୈଠକର କିଛି ଘଣ୍ଟା ପୂର୍ବରୁ କହିଥିଲେ ଯେ ମହାକାଶ ପ୍ରସଙ୍ଗରେ ଆମେ ଘୋଷଣା କରିବାକୁ ଯାଉଛୁ ଯେ ଭାରତ ଆର୍ଟେମିସ୍ ଚୁକ୍ତିନାମା ସ୍ୱାକ୍ଷର କରୁଛି, ଯାହା ମାନବଜାତିର କଲ୍ୟାଣ ପାଇଁ ମହାକାଶ ଅନୁସନ୍ଧାନ ପାଇଁ ଏକ ଅଂଶୀଦାର ଦୃଷ୍ଟିକୋଣକୁ ଆଗକୁ ବଢ଼ାଉଛି।
NASA and Indian Space Research Organisation (ISRO) are developing a strategic framework for Human Spaceflight Operations this year: Senior US Administration officials https://t.co/4HOpeVWMK7
— ANI (@ANI) June 22, 2023
ହ୍ୱାଇଟ୍ ହାଉସ୍ରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ-ଆମେରିକା ରଣନୈତିକ ସମ୍ପର୍କକୁ ଆହୁରି ଆଗକୁ ବଢାଇ ନେବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ସହିତ ଦ୍ୱିପାକ୍ଷିକ ବୈଠକ କରିବେ ।
ମଙ୍ଗଳ ଏବଂ ଅନ୍ୟ ଗ୍ରହମାନଙ୍କର ସ୍ଥାନ ଅନୁସନ୍ଧାନ କରିବାର ଲକ୍ଷ୍ୟ ନେଇ ୨୦୨୫ ସୁଦ୍ଧା ପୁଣି ମନୁଷ୍ୟକୁ ଚନ୍ଦ୍ରକୁ ପଠାଇବା ପାଇଁ ଏହା ଆମେରିକାର ଏହି ପ୍ରୟାସ । ଅଧିକାରୀ ଏହା ମଧ୍ୟ କହିଛନ୍ତି ଯେ ନାସା ଏବଂ ଇସ୍ରୋ ଚଳିତ ବର୍ଷ ମାନବ ମହାକାଶ ଉଡ଼ାଣ ପାଇଁ ଏକ ରଣନୀତିକ ଢାଞ୍ଚା ପ୍ରସ୍ତୁତ କରୁଛନ୍ତି । ସେ କହିଛନ୍ତି ଯେ ଏହା ବ୍ୟତୀତ ନାସା ଏବଂ ଇସ୍ରୋ ମଧ୍ୟ ୨୦୨୪ ରେ ଆଇଏସ୍ଏସ୍ କୁ ମିଳିତ ମିଶନରେ ସହମତ ହୋଇଛନ୍ତି ।