fbpx

‘କଠୁଆ ଆକ୍ରମଣର ପ୍ରତିଶୋଧ ନେବ ଭାରତ, ପୁଣି ଏକ ଏୟାରଷ୍ଟ୍ରାଇକ୍ କରିବ ଭାରତ!’ ଏହାକୁ ନେଇ ଏବେ ଭୟରେ ଅଛନ୍ତି ପାକିସ୍ତାନୀ ଜନତା

ନୂଆଦିଲ୍ଲୀ: ଗତ ୮ ତରିଖରେ ଜମ୍ମୁ କଶ୍ମୀରର କଠୁଆରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୫ ଜଣ ଯବାନ ସହିତ ହେବା ସହିତ ୫ ଜଣ ଆହତ ହୋଇଥିଲେ । ତେବେ ଉକ୍ତ ଆକ୍ରମଣ ପଛରେ ପାକିସ୍ତାନୀ ଲିଙ୍କ ଥିବା ନେଇ ଜଣାପଡ଼ିଥିଲା । ଏଥିସହିତ ଆତଙ୍କବାଦୀମାନଙ୍କୁ ସ୍ଥାନୀୟ ବାସିନ୍ଦା ସହଯୋଗ କରିବା ସହ ସେମାନଙ୍କୁ ଖାଦ୍ୟ ଓ ପୋଷାକ ମଧ୍ୟ ଯୋଗାଇ ଦେଇଥିବା ଜଣାପଡ଼ିଥିଲା । ତେବେ ବାଲାକୋଟ ଏୟାର ଷ୍ଟ୍ରାଇକ୍ ପରି ଭାରତ ଏଥର ପାକିସ୍ତାନକୁ କଡ଼ା ଜବାବ ଦେଇପାରେ ଆଶଙ୍କା କରିଛନ୍ତି ପାକିସ୍ତାନର କିଛି ନାଗରିକ । ବର୍ତ୍ତମାନ ସମୟରେ ଭାରତ ସୁପରପାୱର ହୋଇଥିବା ବେଳେ ପାକିସ୍ତାନ କିଛି ନୁହେଁ । ତେଣୁ ଭାରତ ପୁଣି ଏକ ଏୟାରଷ୍ଟ୍ରାଇକ୍ କରିପାରେ ବୋଲି କିଛି ପାକିସ୍ତାନୀ ନାଗରିକ ଆଶଙ୍କା ଘେରରେ ରହିଛନ୍ତି । ପାକିସ୍ତାନର ଟିଭି ଚାନେଲରେ ଏ ପ୍ରସଙ୍ଗରେ ଆଲୋଚନା ହୋଇଥିବା ବେଳେ ଲୋକମାନଙ୍କର ମିକ୍ସ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା ।

ଏନେଇ ଜଣେ ଯୁବକ କହିଥିଲେ, କଶ୍ମୀର ପ୍ରସଙ୍ଗକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଦୀର୍ଘଦିନ ହେଲା ବିବାଦ ଜାରି ରହିଛି । ଏହି ପ୍ରସଙ୍ଗର ସମାଧାନ ପାଇଁ କିଛି ପାକିସ୍ତାନୀ ଚାହୁଁ ନାହାନ୍ତି । ନିଜର ପଡ଼ୋଶୀଙ୍କୁ ସାଥିରେ ନେଇ ପ୍ରତ୍ୟେକ ରାଷ୍ଟ୍ର ଆଗକୁ ବଢ଼ିବା ଉଚିତ । ମାତ୍ର ପାକିସ୍ତାନ ଏପରି କିଛି କରିନଥିଲା । ଆମ ସରକାର ନିଜର ଅର୍ଥବ୍ୟବସ୍ଥାକୁ ବର୍ବାଦ କରିଦେଇଛନ୍ତି । ବର୍ତ୍ତମାନ ସମୟରେ ଭାରତ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଉଭା ହୋଇଥିବା ବେଳେ ପାକିସ୍ତାନ କଦାପି ଭାରତର ମୁକାବିଲା କରିପାରିବ ନାହିଁ । ଏହା ହିଁ ବାସ୍ତବିକତା । ଅନ୍ତର୍ଜାତୀୟ କ୍ଷେତ୍ରରେ ଭାରତର କଥାକୁ ଗୁରୁତ୍ୱ ଦିଆଯାଉଛି ଓ ଗ୍ରହଣ କରାଯାଉଛି । ଆଜିର ସମୟରେ ଇରାନ ଓ ଆଫଗାନିସ୍ତାନ ପରି ଅନେକ ରାଷ୍ଟ୍ର ପାକିସ୍ତାନ ସହିତ ରହି ନାହାନ୍ତି ।

ସୂଚନାଯୋଗ୍ୟ ଯେ, ୨୦୧୯ ମସିହା ଫେବୃଆରୀ ୧୪ ତାରିଖରେ ଜୈସ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ଆତଙ୍କବାଦୀମାନେ ପୁଲୱାମାରେ ଆକ୍ରମଣ କରିଥିଲେ । ଉକ୍ତ ଆକ୍ରଣରେ ୪୦ ଜଣ ଯବାନ ସହିଦ ହୋଇଥିଲେ । ଏହି ଘଟଣା ପରେ ପାକିସ୍ତାନର ଅଞ୍ଚଳ ମଧ୍ୟରେ ରହିଥିବା ବାଲାକୋଟ କ୍ୟାମ୍ପ ଉପରେ ଭାରତ ଏୟାର ଷ୍ଟ୍ରାଇକ୍ କରିଥିଲା । କ୍ରସ-ବର୍ଡର ଆତଙ୍କବାଦକୁ ଭାରତ କଦାପି ପ୍ରଶୟ ଦେବ ନାହିଁ ବୋଲି ପାକିସ୍ତାନକୁ ବାର୍ତ୍ତା ଦେଇଥିଲା । ବାଲାକୋଟ ଟାଉନ ଠାରୁ ପାଖାପାଖି ୨୦ କିମି ଦୂରରେ ଥିବା ଆତଙ୍କବାଦୀଙ୍କ କ୍ୟାମ୍ପ ଉପରେ ୨୦ ମିନିଟ୍ ଧରି ଏୟାର ଷ୍ଟ୍ରାଇକ୍ କରାଯାଇଥିଲା । ସକାଳ ୩.୪୫ରୁ ୪.-୫ ପର୍ଯ୍ୟନ୍ତ ଏହି ଅପରେସସନ ଚାଲିଥିଲା । ତେଣୁ କଠୁଆ ଆକ୍ରମଣ ପରେ ଭାରତ ପୁଣି ଥରେ ଏୟାର ଷ୍ଟ୍ରାଇକ୍ କରିପାରେ ବୋଲି କିଛି ପାକିସ୍ତାନୀ ଏବେ ଆଶଙ୍କା ଘେରରେ ରହିଛନ୍ତି ।

Get real time updates directly on you device, subscribe now.