fbpx

“ଅଗ୍ନିବୀର’ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କଲା ଭାରତୀୟ ସେନା, ଜାଣନ୍ତୁ କେବେ ଆରମ୍ଭ ହେବ ନାମ ପଞ୍ଜିକରଣ

ନୁଆଦିଲ୍ଲୀ: ଭାରତୀୟ ସେନା “ଅଗ୍ନିବୀର’ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏଥିପାଇଁ ଜୁଲାଇରୁ ନାମ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହେବ। ନିକଟରେ ଘୋଷଣା ହୋଇଥିବା “ଅଗ୍ନିପଥ’ ଯୋଜନା ମାଧ୍ୟମରେ ଶସସ୍ତ୍ର ବଳ ପାଇଁ ସୈନିକ ନିଯୁକ୍ତି ହେବେ। ତେବେ ଏହି ଯୋଜନାର ମୁଖ୍ୟ ବିଷୟ ଏହା ଯେ ଏଥିରେ ନିଯୁକ୍ତି କେବଳ ୪ ବର୍ଷ ପାଇଁ ହେବ।

ତେବେ ଏହି ଚାରିବର୍ଷ ନିଯୁକ୍ତି ପାଇଁ ଯବାନ ମାନଙ୍କୁ କୌଣସି ପେନସନ୍ କିମ୍ବା ଗ୍ରାଜୁଏଟି ମିଳିବ ନାହିଁ। ଏହା ସହିତ ପୁର୍ବରୁ ସୈନିକମାନଙ୍କୁ ମିଳୁଥିବା ଅନ୍ୟ କେତେକ ସୁବିଧା ମଧ୍ୟ ମିଳିବ ନାହିଁ। ଚାକିରି ୪ ବର୍ଷ ପୁରଣ ହେବା ପରେ ମାତ୍ର ୨୫ ପ୍ରତିଶତ ଅଗ୍ନିବୀରଙ୍କୁ ଭାରତୀୟ ସେନାରେ ଭର୍ତ୍ତି ପାଇଁ ରଖାଯିବ। ଏହି ୨୫ ପ୍ରତିଶତ ଅଗ୍ନିବୀର ୨୫ ବର୍ଷ ପର୍ଯ୍ୟନ୍ତ ସେବା ପ୍ରଦାନ କରିପାରିବେ। ଅଗ୍ନିବୀରମାନଙ୍କୁ ମାତ୍ର ୩୦ ଦିନ ଛୁଟି ମିଳିବ। ତେବେ ସେମାନେ ଅସୁସ୍ଥ ହେଲେ ସ୍ଥିତି ଦେଖି ତାଙ୍କର ଛୁଟି ସମୟ ନିର୍ଦ୍ଧାରଣ କରାଯିବ।

ଜାରି ହୋଇଥିବା ବିଜ୍ଞପ୍ତି ମୁତାବକ ଏଥିରେ ଅଷ୍ଟମ ପାସ୍ ଏବଂ ଦଶମ ପାସ୍ କରିଥିବା ଯୁବକ ମଧ୍ୟ ଆବେଦନ କରିପାରିବେ। ନିଯୁକ୍ତି ପରେ ଅଗ୍ନିବୀର ମାନଙ୍କୁ ପ୍ରଥମ ବର୍ଷରେ ୩୦ ହଜାର ଦରମା ମିଳିବ। ସେହିଭଳି ଦ୍ୱିତୀୟ ବର୍ଷରେ ୩୩ ହଜାର, ତୃତୀୟ ବର୍ଷରେ ୩୬,୫୦୦ ଏବଂ ଚତୁର୍ଥ ବର୍ଷରେ ୪୦ ହଜାର ଦରମା ମିଳିବ।

 

 

Get real time updates directly on you device, subscribe now.