ଦେଖନ୍ତୁ (Video) ଅତି ଚତୁରତାର ସହିତ କିପରି ପାକିସ୍ତାର ସେନା ପୋଷ୍ଟ ଉଡ଼ାଉଛନ୍ତି ଭାରତୀୟ ବୀର ଯବାନ
ଦେଖନ୍ତୁ ଅତି ଚତୁରତାର ସହିତ କିପରି ପାକିସ୍ତାର ସେନା ପୋଷ୍ଟ ଉଡ଼ାଉଛନ୍ତି ଭାରତୀୟ ବୀର ଯବାନ
ସେନା ଶେୟାର କଲା ଭିଡିଓ । ଆତଙ୍କବାଦ ବିରୋଦୀ ଲଢ଼େଇରେ ମୁହଁତେରାଡ ଜବାବ୍ ଦେଉଛି ଭାରତ ।
ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଯୁଦ୍ଧ ଭିତରେ ଲୋକଙ୍କୁ ଏହାର ସୂଚନା ଦେବାରେ କୌଣସି କସରତ ଛାଡ଼ୁ ନାହାନ୍ତି ସେନା । ଗତକାଲି ପାକିସ୍ତାନ ଉପରେ ଆଟାକର ୧୦ ସେକେଣ୍ଡର ଭିଡିଓ ଜାରି କରାଯାଇଥିଲା ।
ଆଜି ସେନା ପକ୍ଷରୁ ଦେଢ଼ ମିିନିଟର ଏକ ଭିଡିଓ ଜାରି କରାଯାଇଛି । ଯେଉଁଥିରେ ଆର୍ମି ଯବାନ କିପରି ପାକିସ୍ତାନର ସେନା ପୋଷ୍ଟକୁ ଉଡ଼ାଉଛନ୍ତି ତାହା ଦେଖିବାକୁ ମିଳିଛି ।
ଏକ୍ସରେ ଭାରତୀୟ ସେନା ସାଇଟରେ ଉପଲବ୍ଧ ରହିଛି ଏହି ଭିଡିଓ । ନାନା ପ୍ରକାର କୌଶଳ ଆପଣାଇ ଦୃଢ଼ତାର ସହିତ ପାକିସ୍ତାନ ସହ ଲଢ଼େଇ କରୁଛନ୍ତି ଦେଶର ସେନା ।
ପାକିସ୍ତାନର ଆଟାକକୁ ନେଇ ସୀମାରେ ସରକାରଙ୍କ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି । ଏଥିସହ ଭାରତୀୟ ସେନା ପାକିସ୍ତାନର ବ୍ୟାପକ କ୍ଷତି କରିଛି ବୋଲି କିଛିସମୟ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ସେନା କ୍ଷରୁ କୁହାଯାଇଛି ।
OPERATION SINDOOR
Indian Army Pulverizes Terrorist Launchpads
As a response to Pakistan’s misadventures of attempted drone strikes on the night of 08 and 09 May 2025 in multiple cities of Jammu & Kashmir and Punjab, the #Indian Army conducted a coordinated fire assault on… pic.twitter.com/2i5xa3K7uk
— ADG PI – INDIAN ARMY (@adgpi) May 10, 2025