fbpx

ଆରବ ସାଗରରେ ବଡ଼ ଦୁର୍ଘଟଣା: Indian Coast Guard ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୩ ପାଇଲଟ୍ ନିଖୋଜ

ନୂଆଦିଲ୍ଲୀ : ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜେ)ର ଏକ ହେଲିକପ୍ଟର ଉଦ୍ଧାର କାର୍ଯ୍ୟ ସମୟରେ ଗୁଜୁରାଟର ପୋରବନ୍ଦର ଉପକୂଳରୁ ଆରବ ସାଗରରେ ଖସିପଡ଼ିବା ପରେ ତିନିଜଣ କ୍ରୁ ସଦସ୍ୟ ନିଖୋଜ ଅଛନ୍ତି। ଅଧିକାରୀମାନେ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ଆଇସିଜେ ଏକ ବିବୃତ୍ତିରେ କହିଛି ଯେ ଏହି ଘଟଣା ସୋମବାର ରାତିରେ ଘଟିଛି।

ହେଲିକପ୍ଟରରେ ୪ ଜଣ ଥିଲେ । ଜଣଙ୍କୁ ଉଦ୍ଧାର କରାଯାଇଛି । ତିନି ଜଣଙ୍କୁ ଖୋଜୁଛି କୋଷ୍ଟ ଗାର୍ଡ । ସର୍ଚ୍ଚ ଅପରସେନରେ କୋଷ୍ଟଗାର୍ଡର ୪ ଜାହାଜ ଓ ୨ଟି ଏୟାରକ୍ରାଫ୍ଟ ନିୟୋଜିତ ଅଛି । ବିମାନର ଧ୍ବଂସାବଶେ ଠାବ ହୋଇଥିବା ସୂଚନା ରହିଛି ।

ସୋମବାର ରାତି ୧୧ଟାରେ ପୋରବନ୍ଦରଠାରୁ ୪୦ କିଲୋମିଟର ଦୂରରେ ଥିବା ମୋଟର ଟ୍ୟାଙ୍କର ହାରିଲୀଳରେ ଆହତ କ୍ରିୟୁ ମେମ୍ବର ଉଦ୍ଧାର କରିବାକୁ ଯାଇଥିଲା ହେଲିକପ୍ଟର । କିନ୍ତୁ ସମୁଦ୍ରରେ ଜରୁରୀ ଅବତରଣ କରିବାକୁ ପଡିଥିଲା । କୋଷ୍ଟଗାର୍ଡର ALH ହେଲିକପ୍ଟର ଗୁଜରାଟ ଉପକୂଳରେ ଘୂର୍ଣ୍ଣିଝଡ଼ ସମୟରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲା । ୬୭ ଜଣଙ୍କୁ ଉଦ୍ଧାର କରିଥିଲା କୋଷ୍ଟଗାର୍ଡର ହେଲିକପ୍ଟର ।

Get real time updates directly on you device, subscribe now.