fbpx

ଆମେରିକାର ଭାରତୀୟ ଦୂତାବାସ ଉପରେ ଖଲିସ୍ତାନୀଙ୍କ ଆକ୍ରମଣ, ଅଗ୍ନିକାଣ୍ଡ ଉଦ୍ୟମ

ନୂଆଦିଲ୍ଲୀ: ଖଲିସ୍ତାନୀ ସମର୍ଥକମାନେ ଆମେରିକାର ସାନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ ଦୂତାବାସରେ ନିଆଁ ଲଗାଇବାକୁ ଚେଷ୍ଟା କରିଛନ୍ତି । ତେବେ ସ୍ଥାନୀୟ ବିଭାଗ ତରଫରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେତୁ ନିଆଁକୁ ଆୟତ୍ତ କରାଯାଇଥିଲା । ଏହି ଆକ୍ରମଣକୁ ଆମେରିକା ସରକାର ଦୃଢ଼ ନିନ୍ଦା କରିଛନ୍ତି । ଏହା ପୂବରୁ ମାର୍ଚ୍ଚରେ ମଧ୍ୟ ଖଲିସ୍ତାନ ସମର୍ଥକମାନେ ନିଜେ ସାନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ କନସୁଲେଟକୁ ଟାର୍ଗେଟ କରିଥିଲେ ।

ସ୍ଥାନୀୟ ଟିଭି ଚ୍ୟାନେଲ ଅନୁଯାୟୀ ଖଲିସ୍ତାନୀ ସମର୍ଥକମାନେ ସକାଳ ୧.୩୦ ରୁ ୨.୩୦ ମଧ୍ୟରେ ଦୂତାବାସରେ ନିଆଁ ଲଗାଇ ଦେଇଥିଲେ । ତେବେ ଏହି ଆକ୍ରମଣରେ ଅଧିକ କ୍ଷୟକ୍ଷତି ହୋଇ ନାହିଁ ଏବଂ ଏହି ଘଟଣାରେ କୌଣସି କର୍ମଚାରୀ ଆହତ ହୋଇନାହାଁନ୍ତି । କୁହାଯାଉଛି ଯେ ଖଲିସ୍ତାନୀର ସମର୍ଥକମାନେ ମଧ୍ୟ ଏହି ଘଟଣାର ଭିଡିଓ ଜାରି କରିଛନ୍ତି । ରବିବାର ଏହି ଘଟଣା ଘଟିଛି ।

ଏହି ମାମଲା ସାମ୍ନାକୁ ଆସିବା ପରେ ଆମେରିକା ସରକାରରେ ଆଲୋଡ଼ନ ସୃଷ୍ଟି ହୋଇଛି । ସ୍ୱରାଷ୍ଟ୍ର ବିଭାଗର ମୁଖପାତ୍ର ମାଥ୍ୟୁ ମିଲର କହିଛନ୍ତି ଯେ ‘ରବିବାର ଦିନ ଭାରତୀୟ କନସୁଲେଟରେ ହୋଇଥିବା ବିଶୃଙ୍ଖଳା ଏବଂ ଅଗ୍ନିକାଣ୍ଡକୁ ଆମେରିକା ନିନ୍ଦା କରିଛି । ଆମେରିକାରେ କୂଟନୈତିକ ଭବନ କିମ୍ବା ବିଦେଶୀ କୂଟନୀତିଜ୍ଞଙ୍କ ବିରୋଧରେ ହିଂସା କିମ୍ବା ଶୋଷଣ ଏକ ଗମ୍ଭୀର ଅପରାଧ ।

Get real time updates directly on you device, subscribe now.