Indian Navy Recruitment 2025: ବିଳମ୍ବ ନ କରି ଶୀଘ୍ର କରିପକାନ୍ତୁ ଆବେଦନ, ନହଲେ ସରିଯିବା ସମୟ….
ଜଣାନ୍ତୁ କେବେ ଆବେଦନର ଶେଷ ତାରିଖ । ସୁଯୋଗକୁ କରନ୍ତୁନି ହାତଛଡା।
ନୂଆଦିଲ୍ଲୀ : ଭାରତୀୟ ନୌସେନାରେ ଯୋଗଦେବାର ସ୍ୱପ୍ନ ଦେଖୁଥିବା ଅଶାୟୀଙ୍କ ପାଇଁ ଏକ ବଡ଼ ଖବର ଅଛି। ନୌସେନା ଅଗ୍ନିବୀର SSR ଏବଂ ଅଗ୍ନିବୀର MR ନିଯୁକ୍ତି 02/2025 ଏବଂ 02/2026 ବ୍ୟାଚ୍ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ joinindiannavy.gov.in କୁ ଯାଇ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ୧୦ ଏପ୍ରିଲ ୨୦୨୫ ରଖାଯାଇଛି। ପ୍ରାର୍ଥୀମାନେ ଏଠାରେ ଦିଆଯାଇଥିବା ପଦକ୍ଷେପ ମାଧ୍ୟମରେ ଆବେଦନ କରିପାରିବେ।
ଅଗ୍ନିବୀର MR ପଦବୀ ପାଇଁ, ପ୍ରାର୍ଥୀ ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ହାଇସ୍କୁଲ (ଦଶମ) ପାସ୍ କରିଥିବା ଆବଶ୍ୟକ। SSR ପଦବୀ ପାଇଁ, ଦ୍ୱାଦଶରେ ଗଣିତ ଏବଂ ପଦାର୍ଥ ବିଜ୍ଞାନ ବାଧ୍ୟତାମୂଳକ ବିଷୟ ଭାବରେ ରହିବା ଆବଶ୍ୟକ ଏବଂ କମ୍ପ୍ୟୁଟର ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବବିଜ୍ଞାନରୁ ଯେକୌଣସି ଗୋଟିଏ ବିଷୟ ଅପସନାଲ ରଖିଥିବେ ।
ଅଗ୍ନିବୀର ୦୨/୨୦୨୫ ବ୍ୟାଚ୍ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ଜନ୍ମ ୧ ସେପ୍ଟେମ୍ବର ୨୦୦୪ ରୁ ୨୯ ଫେବୃଆରୀ ୨୦୦୮ ମଧ୍ୟରେ ହୋଇଥିବା ଉଚିତ। ସେହିପରି, ୦୧/୨୦୨୬ ବ୍ୟାଚ୍ ପାଇଁ, ପ୍ରାର୍ଥୀଙ୍କ ଜନ୍ମ ୧ ଫେବୃଆରୀ ୨୦୦୫ ରୁ ୩୧ ଜୁଲାଇ ୨୦୦୮ ମଧ୍ୟରେ ହୋଇଥିବା ଉଚିତ ଏବଂ ୦୨/୨୦୨୬ ବ୍ୟାଚ୍ ପାଇଁ, ପ୍ରାର୍ଥୀଙ୍କ ଜନ୍ମ ୧ ଜୁଲାଇ ୨୦୦୫ ରୁ ୩୧ ଡିସେମ୍ବର ୨୦୦୮ ମଧ୍ୟରେ ହୋଇଥିବା ଉଚିତ।
ସମସ୍ତ ବର୍ଗର ପ୍ରାର୍ଥୀମାନଙ୍କୁ ଆବେଦନ ଫିସ୍ ଭାବରେ 550 ଟଙ୍କା ଜମା କରିବାକୁ ପଡିବ। ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ ଏବଂ ନେଟ୍ ବ୍ୟାଙ୍କିଂ ମାଧ୍ୟମରେ ଫି ପୈଠ କରାଯାଇପାରିବ। ଦୟାକରି ଧ୍ୟାନ ଦିଅନ୍ତୁ, ଫି ବିନା ଆବେଦନ ଗ୍ରହଣ କରାଯିବ ନାହିଁ।