fbpx

ପ୍ରୋଟିନ୍ ସେକ୍ ପିଇ ବାଳକ ମୃତ, ପ୍ୟାକ୍ ଉପରେ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଚେତାବନୀ ଲେଖିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶ ତଥା ବିଦେଶରେ ଲୋକମାନେ ନିଜ ଚେହେରା ବନେଇବା ଲାଗି ପ୍ରୋଟିନ୍ ସେକ୍ ପିଇଥାନ୍ତି । ଏହା ଶରୀରରେ ପ୍ରୋଟିନର ଆବଶ୍ୟକତାକୁ ପୂରଣ କରିଥାଏ । କିନ୍ତୁ ଏବେ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ୧୬ ବର୍ଷୀୟ ବାଳକ ପ୍ରୋଟିନ୍ ସେକ୍ ପିଇବା ପରେ ମୃତ୍ୟୁବରଣ କରିଥିବା ଜଣାଯାଇଛି ।

ଏହି ଘଟଣା ପରେ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ସତରେ କଣ ପ୍ରୋଟିନ୍ ସେକ୍ ପିଇବା ପରେ ଜଣଙ୍କର ମୃତ୍ୟୁ ହୋଇଥାଏ । ତେବେ ଏହି ଘଟଣା ପରେ ଏବେ ପ୍ରୋଟିନ୍ ସେକ୍ ଉପରେ ସ୍ୱାସ୍ଥ୍ୟ ସହ ଜଡିତ ଚେତାବନୀ ଲେଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏହି ଘଟଣା ଲଣ୍ଡନର ଇର୍ଲିଙ୍ଗ ସହରରେ ଘଟିଛି । ଏଠାରେ ୧୬ ବର୍ଷର ରୋହନ ଗୋଧନିଆ ନାମକ ଜଣେ ବାଳକ ପ୍ରୋଟିନ୍ ସେକ୍ ପିଇବା ପରେ ମୃତ୍ୟୁବରଣ କରିଥିଲା । ପ୍ରୋଟିନ୍ ସେକ୍ ପିଇବା ପରେ ତାର ମସ୍ତିଷ୍କ ଉପରେ ପ୍ରଭାବ ପଡିଥିଲା । ଏହାର ୩ ଦିନ ପରେ ହସ୍ପିଟାଲରେ ତାର ମୃତ୍ୟୁ ହୋଇଥିଲା ।

ରୋହନଙ୍କ ପିତାଙ୍କ କହିବା ଅନୁଯାୟୀ ତାଙ୍କ ପୁଅ ବହୁତ ଦୂର୍ବଳ ଥିଲା । ତେଣୁ ସେ ତାକୁ ସବଳ କରିବା ଲାଗି ପ୍ରୋଟିନ୍ ସେକ୍ ପିଇବାକୁ ଦେଇଥିଲେ । କିନ୍ତୁ ଏହା ପିଇବା ପରେ ରୋହନ ଅର୍ନିଥିନ୍ ଟ୍ରାନ୍ସକାର୍ବାମାଇଲେଜ୍ (ଓଟିସି)ନାମକ ଏକ ଦୂର୍ଲଭ ରୋଗର ଶିକାର ହୋଇଥିଲା । ଏହାପରେ ରୋହନ ଶରୀରରେ ବ୍ଲଡ ପ୍ରେସର ଓ ଆମୋନିଆର ମାତ୍ରା ଗମ୍ଭୀର ସ୍ତରରେ ପହଞ୍ଚି ଯାଇଥିଲା । ଅନ୍ୟପକ୍ଷରେ ରୋହନର ଶବ ବ୍ୟବଚ୍ଛେଦ ସମୟରେ ଅର୍ନିଥିନ୍ ଟ୍ରାନ୍ସକାର୍ବାମାଇଲେଜ୍ ବା ଓଟିସି ତାର ମୃତ୍ୟୁର କାରଣ ବୋଲି ଉଲ୍ଲେଖ କରାଯାଇ ନ ଥିଲା । କାରଣ ତାର ଶରୀରକୁ ଅଙ୍ଗ ପ୍ରତ୍ୟରୋପଣ ଲାଗି ଦାନ କରି ଦିଆଯାଇଥିଲା । ତେବେ ରୋହନର ମୃତ୍ୟୁର କାରଣ ପ୍ରୋଟିନ୍ ସେକ୍ କି ନା ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଏବେ ଏହି ପାନୀୟ ଉପରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଚେତାବନୀ ଲେଖାଯିବା ନେଇ ନିର୍ଦ୍ଦେଶ ଜାରି ହୋଇଛି ।

Get real time updates directly on you device, subscribe now.