fbpx

ବୃଦ୍ଧି ପାଇଲା ଶିଳ୍ପ ଉତ୍ପାଦନ, ପୁଣି ହ୍ରାସ ପାଇଲା ବୈଦେଶିକ ମୁଦ୍ରା ଭଣ୍ଡାର

ନୂଆଦିଲ୍ଲୀ: ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ତାର କଳା ବାଦଲ ଛାଇଥିବା ବେଳେ ସେପ୍ଟମ୍ବର ମାସରେ ଭାରତର ଉଦ୍ୟୋଗିକ ଉତ୍ପାଦନ(ଆଇଆଇପି) ଗତ ବର୍ଷ ସମାନ ମାସ ତୁଳନାରେ ୩.୧ ପ୍ରତିଶତ ବୃଦ୍ଧି ପାଇଛି । ସରକାର ତଥ୍ୟ ଅନୁସାରେ ଉଦ୍ୟୋଗିକ ଉତ୍ପାଦନ ସୂଚକାଙ୍କ ୨୦୨୧ରେ ୪.୪ ପ୍ରତିଶତ ବୃଦ୍ଧି ପାଇଥିଲା । ଅନ୍ୟପଟେ ମାନ୍ୟୁଫାକଚରିଂ କ୍ଷତ୍ରେରେ ଉତ୍ପାଦନ ୨୦୨୨ ସେପ୍ଟେମ୍ବର ମାସରେ ୧.୮ ପ୍ରତିଶତ ବୃଦ୍ଧି ପାଇଥିଲା । ସେହିପରି ମାଇନିଂରେ ୪.୬ ଏବଂ ଏନର୍ଜୀ କ୍ଷେତ୍ରରେ ୧୧.୬ ପ୍ରତିସତ ଉତ୍ପାଦ ବୃଦ୍ଧି ପାଇଥିଲା ।

ତେବେ ଏସବୁ ମଧ୍ୟରେ ଭାରତୀୟ ବୈଦେଶିକ ମୁଦ୍ରା ଭଣ୍ଡାରରେ ୪ ନଭେମ୍ବରରେ ଶେଷ ହୋଇଥିବା ସପ୍ତାହରେ ୧.୦୮୭ ଆରବ ଡଲାରରୁ ହ୍ରାସ ପାଇ ୫୨୯.୯୯୪ ଆରବ ଡଲାର ରହିଛି । ସୂଚନାଯୋଗ୍ୟ ଅକ୍ଟୋବର ୨୦୨୧ରେ ଦେଶରେ ବୈଦେଶିକ ମୁଦ୍ରାଭଣ୍ଡାର ୬୪୫ ବିଲିୟନ ଡଲାରର ସର୍ବକାଳିନ ରେକର୍ଡ ସ୍ତରେ ପହଞ୍ଚିଥିଲା ।

Get real time updates directly on you device, subscribe now.